ମେଷ: ଆପଣଙ୍କର ଇଚ୍ଛା ପୂରା ହେବ। ପରିବାରରେ ସୁଖଦ ବାତାବରଣ ରହିବ। ବ୍ୟବସାୟ କାମରେ ବିଦେଶ ଯିବାର ଯୋଗ ଅଛି। ଗ୍ରାଫିକ୍ ଡିଜାଇନ୍ ଶିଖିବାର ମଉକା ପାଇବେ।
ବୃଷ: କାମ କରିବାର ଉପାୟରେ ପରିବର୍ତ୍ତନ କରିବେ। ବିଷମ ପରିସ୍ଥିତିରେ ବୁଝିସୁଝି କାମ କରନ୍ତୁ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଛାତଛାତ୍ରୀ କୌଣସି ଶୁଭ ଖବର ପାଇବେ।
ମିଥୁନ: ବ୍ୟବସାୟରେ ସାବଧାନତାର ସହ କାମ କରିବା ଆବଶ୍ୟକ। ଛୋଟବଡ଼ ନିଷ୍ପତ୍ତି ନେବା ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଲାଭପ୍ରଦ ସାବ୍ୟସ୍ତ ହେବ।
କର୍କଟ: କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର ରଖିଲେ ତାଙ୍କ କାମ କରିବା ଦକ୍ଷତା ବୃଦ୍ଧି ହେବ। ମହିଳା ନିଜ ବ୍ୟବସାୟରେ ଅଧିକ ସକ୍ରିୟ ରହିବେ।
ସିଂହ: କିଛି ସମୟ ଧାର୍ମିକ ସ୍ଥାନରେ କଟାଇବେ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ବ୍ୟବସାୟରେ ଲାଭ ପାଇବେ। ପାଖଲୋକଙ୍କ ସହିତ ମଧୁର ଭାଷା ପ୍ରୟୋଗ କରନ୍ତୁ।
କନ୍ୟା: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ବିରୋଧୀ ସଂଖ୍ୟା ବୃଦ୍ଧି ହେବେ। ଅଟକିଥିବା କାମ ଆରମ୍ଭ ହେବ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହେବେ।
ତୁଳା: ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। କୌଣସି କଥାରେ ନିଜର ପ୍ରତିକ୍ରିୟା ଶୀଘ୍ର ଦିଅନ୍ତୁ ନାହିଁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।
ବିଛା: ପୁରୁଣା ଭୁଲ୍ ଦୋହରାଇବାରୁ ନିବୃତ୍ତ ରହନ୍ତୁ। ଆପଣଙ୍କ ଜୀବନରେ ପ୍ରଗତି ହେବ। ନୂଆ ଦାୟିତ୍ବ ଲାଗି ନିଜକୁ ପ୍ରସ୍ତୁତ ରଖିବେ। ଜୀବନସାଥୀ ଖୁସିର କାରଣ ସାଜିବେ।
ଧନୁ: ପାରିବାରିକ କାମ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
ମକର: ପାଖଲୋକଙ୍କ ସହିତ ମତଭେଦ ଦୂର ହେବ। ନୂଆ ଲୋକଙ୍କ ସହିତ ମିଶି କିଛି ନୂଆ କଥା ଶିଖିବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
କୁମ୍ଭ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାର ନେଇ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମରେ ପ୍ରଶଂସା ମିଳିବ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ମୀନ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଜୀବନସାଥୀ ବହୁତ ପ୍ରଶଂସା କରିବେ। ପୈତୃକ ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀ ସଫଳତା ପାଇପାରନ୍ତି।
ଦୈନିକ ରାଶିଫଳ