ମେଷ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲାଗି ଜୀବନସାଥୀ ଖୁସି ରହିବେ। ଚାକିରିରେ ଉନ୍ନତି ହେବ। ‌
ବୃଷ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରିୟଜନଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ। ଭ‌ାବିଚିନ୍ତ ଖର୍ଚ୍ଚ କରନ୍ତୁ। ‌
ମିଥୁନ: ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଲେଖାପଢ଼ା ନେଇ ଛାତ୍ରଛାତ୍ରୀ ଗମ୍ଭୀର ହେବେ।
କର୍କଟ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଆପଣ କଳାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ‌ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। 

Advertisment

ସିଂହ: ବ୍ୟବସାୟରେ ନୂଆ ଡିଲ୍ ପାଇଁ ସୁଯୋଗ ପାଇବେ। ସମୁଦି ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।

କନ୍ୟା: ମୁରବିଙ୍କ ଠାରୁ ଆପଣ ପ୍ରେରଣା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଅଫିସରେ କାମର ବୋଝ ଅଧିକ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 
ତୁଳା: ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। 
ବିଛା: ଘର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ବଡ଼ ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। 
ଧନୁ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଟଙ୍କା ପଇସା କାରବାର ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ। 
ମକର: ଲୋକମାନଙ୍କର ଆସ୍ଥା ଆପଣଙ୍କ ଉପରେ ବଜାୟ ରହିବ। ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ନିଜ ପ୍ରେମ ସମ୍ପର୍କ ସମ୍ବନ୍ଧରେ ଘର ଲୋକଙ୍କୁ କହିବେ। 
କୁମ୍ଭ: ଅଫିସରେ ଅଧୁରା ଥିବା କାମ ସଂପୂର୍ଣ୍ଣ କରିବେ। ଆପଣଙ୍କ ସହ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। କାରବାର ବଢ଼ାଇବା ଲାଗି ଆପଣଙ୍କୁ ମଉକା ମିଳିବ। ‌ 
ମୀନ: ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ।

ଦୈନିକ ରାଶିଫଳ