ମେଷ: ନୂଆ କାମରେ ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ସାମାଜିକ ପରିସର ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ: ଆପଣଙ୍କୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହିତ ସମୟ କାଟନ୍ତୁ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ବାକି କାମ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।
ମିଥୁନ: ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।
କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ରୋଜଗାର ଖୋଜୁଥିବା ଯୁବକଙ୍କୁ ସୁଯୋଗ ମିଳିବ।
ସିଂହ: ପୂଜାପାଠରେ ସମୟ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ଆହ୍ବାନର ଦୃଢ଼ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ବେପାରରେ ଲାଭ ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ।
ତୁଳା: ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ବିଛା: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଭଲ ଦିନଟିଏ।
ଧନୁ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ପରୋପକାର କାର୍ଯ୍ୟରେ ସମୟ ଦେବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସନ୍ତାନ ବ୍ୟବସାୟରେ ସହଯୋଗ କରିବେ।
କୁମ୍ଭ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ଆଶା ପୂରଣ ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମୀନ: ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ସ୍ବଭାବ ଟିକେ ଚିଡ଼ିଚିଡ଼ା ରହିବ। ଇଂଜିନିଅରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ଦୈନିକ ରାଶିଫଳ