ମେଷ: କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
ବୃଷ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ସନ୍ଧ୍ୟା ସମୟ ପରିବାର ସହିତ ବିତାଇବେ। ଆପଣଙ୍କ ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ।
ମିଥୁନ: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ। ଚାହୁଁନଥିଲେ ବି କିଛି ଖର୍ଚ୍ଚ କରିବାକୁ ପଡ଼ିବ। ଏକାଧିକ ଉତ୍ସରୁ ଧନପ୍ରାପ୍ତି ହେବ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ।
କର୍କଟ: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ। ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ। ପାରିବାରିକ ଜୀବନରେ ସୁଖୀ ରହିବେ।
ସିଂହ: ଆପଣ କୌଣସି ଯୋଜନା ଉପରେ କାମ କରିବେ। ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।
କନ୍ୟା: ନିଜ ପରିଶ୍ରମ ଓ ସାମର୍ଥ୍ୟ ବଳରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ହାସଲ କରିନେବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ; ପରସ୍ପର ପ୍ରତି ମଧୁର ଭାବନା ବିକଶିତ ହେବ।
ତୁଳା: ନୂଆ ଚୁକ୍ତି କରିବା ପୂର୍ବରୁ ଭଲଭାବେ ଭାବି ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ସମ୍ଭାବନା ଅଛି। ସରକାରୀ ଚାକିରିଆଙ୍କୁ ସରକାରୀ ବାସଭବନ ମିଳିପାରେ।
ବିଛା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନରେ ଆପୋସ ପ୍ରେମ ରହିବ। କାମରେ ଚାପ ଲାଗି ରହିବ।
ଧନୁ: ବ୍ୟବସାୟରେ ଉତ୍ତମ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମକର: ଭଲ ଖବର ପାଇବାର ଯୋଗ ଅଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ପାରିବାରିକ ସମାରୋହରେ ସାମିଲ ହେବେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ବୈବାହିକ ଜୀବନରେ ଖୁସି ଆସିବ। ଅଫିସରେ ଦିନଟି ବହୁତ ଭଲ ରହିବ। ନିଜ ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇବେ। କର୍ମକ୍ଷେତ୍ରରେ ଭଲ ଅବସର ପାଇବେ।
ମୀନ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ବାଟ ଫିଟାଇବ। ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ।
ଦୈନିକ ରାଶିଫଳ