ମେଷ: ବ୍ୟକ୍ତି ବିଶେ‌ଷଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିପାରେ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ସରଳତାରେ କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।

Advertisment

ବୃଷ: ବେପାରୀବର୍ଗଙ୍କୁ ଧନଲାଭ ହେବ। ଜୀବନସାଥୀ ଠାରୁ ଢ଼େରସାରା ପ୍ରେମ ପାଇବେ। ଆୟ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ।

ମିଥୁନ: ଆପଣଙ୍କର ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ହେବ। ଭାଇ ସହିତ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ। ନିଜର ମୂଲ୍ୟବାନ ଜିନିଷକୁ ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧ ମଧୁର ହେବ।

କର୍କଟ: ବିଦେଶ କଂପାନିରୁ ଚାକିରିର ପ୍ରସ୍ତାବ ଆସିପାରେ। ନିଜର କାମ ଧ୍ୟାନପୂର୍ବକ କରନ୍ତୁ। ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

ସିଂହ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ।

କନ୍ୟା: କାମରେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମର ସଫଳତା ଆପଣଙ୍କ ମନରେ ପ୍ରସନ୍ନତା ଭର୍ତ୍ତି କରିଦେବ।

ତୁଳା: ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବ ବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ। ନିବେଶ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବିଛା: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ଆମଦାନିର ଉତ୍ସରେ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଉପହାର ମିଳିପାରେ। ନିଜ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଅଜଣା ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଧ୍ୟାନ କେନ୍ଦ୍ରୀତ କରି କାମ କରନ୍ତୁ। ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

ମକର: ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଧ୍ୟାନ ରଚନାତ୍ମକ ଆଡ଼କୁ ଅଧିକ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କୁମ୍ଭ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବେପାରରେ ଆପଣଙ୍କୁ ଲାଭ ମିଳିବା ଯୋଗ ଅଛି। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।

ମୀନ: ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ନୂଆ କାମର ରୁଚି ବଢ଼ିବ। ପାରିବରିକ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଖୁସି ରହିବେ।