‌‌ମେଷ: ଆପଣ ସାହସ ଓ ଶୌର୍ଯ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। ‌

Advertisment

ବୃଷ: ଆପଣଙ୍କୁ ବଢ଼ିଆ ଅବସର ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସରାକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ। ‌

ମିଥୁନ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷାଲାଭ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ।

କର୍କଟ: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଆପଣଙ୍କର ସୁଖ ସୁବିଧା ବଢ଼ିବ। ସଂପତ୍ତି ମିଳିବା ଯୋଗ ଅଛି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ।

ସିଂହ: କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ପାଇବେ। ଛାତ୍ରଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

କନ୍ୟା: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ। ଆର୍ଥିକ ସ୍ଥିତି‌ ସୁଦୃଢ଼ ହେବ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ଘରକୁ କୁଣିଆ ଆସିବେ।

ତୁଳା: ମନର କଥା ମନରେ ରଖନ୍ତୁ। ଭାବୁକ ହେଲେ ବ୍ୟଥିତ ରହିବେ। ଅଯଥା କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ସ୍ଥିତି ଭଲ ହେବ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା।

ବିଛା: ଆପଣଙ୍କ ପାଇଁ ଦିନଟି ଆନନ୍ଦମୟ ରହିବ। କୌଣସି ଗୋଷ୍ଠୀରେ ଯୋଗ ଦେବାର ଅବସର ପାଇବେ। ଅଫିସରେ ବାତାବରଣ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

ଧନୁ: ନିଜର ଯୋଜନାକୁ ନେଇ ମନରେ ସଂଶୟ ସୃଷ୍ଟି ହୋଇପାରେ। ଆପଣ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଧନଲାଭ ହେବ। ପାରିବାରିକ ଚିନ୍ତା ଦୂର ହେବ।

ମକର: ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବେପାରରେ ଧନଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ: କୌଣସି ଉଦ୍ୟୋଗରେ ଚାକିରି ପାଇଁ ଫୋନ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ମୀନ: ଅଧିକ ପରିଶ୍ରମ କରି ସବୁ କାମ ସଂପୂର୍ଣ୍ଣ କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ବ୍ୟବସାୟରେ ଭଲ ପ୍ରଗତି ହେବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ।