ମେଷ: ଘରେ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା। କିଛି ଲୋକଙ୍କ ସହିତ ମିଶି ଜୀବନରେ ନୂତନତ୍ବ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।‌

Advertisment

ବୃଷ: ଆପଣଙ୍କ ଖୁସ୍ ମିଜାଜ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଜୀବନସାଥୀ ଆପଣଙ୍କ ଉପରେ ବିଶେଷ ଧ୍ୟାନ ଦେବେ ଆପଣ ତାଙ୍କ କଥା ଧ୍ୟାନ ଦେଇ ଶୁଣିବେ। ‌

ମିଥୁନ: ପୁରୁଣା କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ରୁଚି ସାମାଜିକ ଗତିବିଧିରେ ଅଧିକ ରହିବ। ଆପଣ ଏଭଳି ଲୋକଙ୍କ ସହିତ ମିଶିବେ ସିଏ ଆପଣଙ୍କ ବ୍ୟବସାୟରେ ଲାଭ ପହଞ୍ଚାଇବେ। ‌

କର୍କଟ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ କିଛି ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ପିଲାଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିବେ। ‌

ସିଂହ: ନିଜର ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ। ଜୀବନସାଥୀ ସହିତ ଆନନ୍ଦର କ୍ଷଣ ବିତାଇବେ। ଏଭଳି ମାମଲାରେ ପଡ଼ନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ନେବା ଦେବାର ନାହିଁ।‌

କନ୍ୟା: ଜୀବନରେ ଲାଭ ପାଇବା ପାଇଁ ମହତ୍ବାକାଂକ୍ଷାକୁ ନିୟମରେ ରଖନ୍ତୁ। ଭାଗୀଦାରିରେ ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀ ନିଜ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।

ତୁଳା: ପରିବାରକୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ହେବ। କୌଣସି ନିକଟ ସଂପର୍କିୟଙ୍କ ସହିତ ମିଶି ନିଜର କଥା କହିବେ। ବେପାରରେ ଲାଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ବିଛା: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଘରର ସୌନ୍ଦର୍ଯ୍ୟକରଣ ଜିନିଷ କିଣିବା ପାଇଁ ବଜାରକୁ ଯିବେ। ନିଜର ବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।

ଧନୁ: ବ୍ୟବସାୟରେ ମିଳିଥିବା ଲାଭ ବ୍ୟବସାୟରେ ଲଗାଇବା ପାଇଁ ଭାବିବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମକର: ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ। ଅଚାନକ ଆସି ପହଞ୍ଚିବା ଖର୍ଚ୍ଚ ଆପଣଙ୍କୁ ଅଶନ୍ତି କରିପାରେ। ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଚାକିରିରେ ଉନ୍ନତି ହେବ।

କୁମ୍ଭ: ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗିବେ। ନିଜର ବ୍ୟକ୍ତିତ୍ବ ବିକଶିତ କରିବା ପାଇଁ ଚେଷ୍ଟା କରି ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଡ଼ାକ୍ତରୀ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।

ମୀନ: ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।