ମେଷ: ଦାମ୍ପତ୍ୟ ଜୀବନରେ ଆପୋସୀ ସମାଞସ୍ୟ ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ଘର ତିଆରି ଲାଗି ଯୋଜନା କରି ପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।
ବୃଷ: କୌଣସି ରଚନାତ୍ମକ କାମ କରିବେ। ବେପାରରେ ଲାଭ ହେବାର ଆଶା। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ବାପା ମାଆଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରକୁ ନୂଆ ବନ୍ଧୁ ଆସିବାର ସମ୍ଭାବନା। କୌଣସି ବିଶେଷ କାମ ଲାଗି ପରିବାର ଲୋକଙ୍କର ଆପଣଙ୍କ ଉପରେ ଆଶା ରହିବ।
କର୍କଟ: ଆପଣଙ୍କୁ ବ୍ୟବସାୟ ସଂପର୍କୟରେ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳାଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖକର ହେବ।
ସିଂହ: ଆପଣ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଆର୍ଥିକ ଲାଭର ଯୋଗ ଅଛି। ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ।
କନ୍ୟା: ଆପଣଙ୍କୁ ଧନଲାଭ ହେବାର ଆଶା। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ନିଜର ଜିନିଷକୁ ବିଶେଷ ଧ୍ୟାନ ରଖନ୍ତୁ।
ତୁଳା: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ।
ବିଛା: ପୂଜାପାଠରେ ସମୟ ବିତିବ। କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହ ବାହାରକୁ ବୁଲି ଯାଆନ୍ତୁ ଆପଣଙ୍କୁ ଖୁସି ମିଳିବ। ଇଲେକ୍ଟୋନିକ୍ସ ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।
ଧନୁ: ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଫେସନଡ଼ିଜାଇନଙ୍ଗିଙ୍କୁ ନୂଆ ଡ଼ିଜାଇନି କରିବାରେ ସୁଯୋଗ ମିଳିବ।
ମକର: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟରରେ ଆପଣଙ୍କୁ ବଡ଼ ସଫଳତା ମଳିବ। ଦମ୍ପତ୍ୟ ଜୀବନ ମଧୁର ହେବ।
କୁମ୍ଭ: ପାରିବାରିକ ଜୀବନ ଉତ୍ସବ ମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ। ସାମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବେ।
ମୀନ: ଆର୍ଥିକ ମାମଲାରେ ସଂପର୍କିୟ ଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କର ସାହାଯ୍ୟ ମିଳିବ। ନେବା ଦେବା ମାମଲାରେ ସତର୍କତା ଅବଲମ୍ବନ କଲେ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ।