ମେଷ: ମନରେ ସଂଶୟ ଥିଲେ ବନ୍ଧୁଙ୍କୁ ଜଣାନ୍ତୁ। ସଂପତ୍ତି ମାମଲାରେ ଜୀବନସାଥୀର ସହଯୋଗ ପାଇବେ। କୌଣସି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ।

Advertisment

ବୃଷ: ସାମାଜିକ କାର୍ଯ୍ୟ କରିବା ଲାଗି ଦିନଟି ଉତ୍ତମ। ଘର ଓ ବାହାରେ ପ୍ରତିଟି ଜାଗାରେ ଆପଣଙ୍କର ପ୍ରଶଂସା ହେବ। ଅଫିସ କାମରେ ମନ ଲାଗିବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

ମିଥୁନ: କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। କୌଣସି ବଡ଼ ଗୋଷ୍ଠୀ ସହିତ ଯୋଡ଼ିବାର ମଉକା ପାଇବେ। ଅଧିକରୁ ଅଧିକ ସମୟ ପରିବାର ସହିତ କଟାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

କର୍କଟ: କୌଣସି କାମ ସଂପର୍କରେ ନୂଆ କରି ଭାବି ପାରନ୍ତି। ପୁଞି ବଜାରରେ ନିବେଶ କରିବାକୁ ଯାଉଥିଲେ ଭଲଭାବେ ଗବେଷଣା କରି ନିବେଶ କରନ୍ତୁ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

ସିଂହ: କୌଣସି କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରସାଧନ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭକାରୀ। ଅଫିସରେ ପୂର୍ବ ଅପେକ୍ଷା ଅଧିକ କାମ ପାଇବେ। ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ।

କନ୍ୟା: ଚାକିରି ତଲାସରେ ଥିବା ଲୋକଙ୍କର ଆଶା ପୂରା ହୋଇପାରେ। ଅଫିସରେ ବଡ଼ ଅଧିକାରୀ ବା ସହକର୍ମୀଙ୍କ ସହଯୋଗ ପାଇବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଭଲ ଖବର ପାଇବେ।

ତୁଳା: ଜରୁରୀ କାମ କରିବା ପୂର୍ବରୁ ଘରର ବଡ଼ଙ୍କ ଠାରୁ ସମ୍ମତି ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଠିକ୍ ରହିବ। ଆପଣଙ୍କ ମସ୍ତିଷ୍କରେ ନୂଆ ଜ୍ଞାନ ଆସିବ। ଆପଣଙ୍କୁ ସବୁ ଲୋକ ସହଯୋଗ କରିବେ।

ବିଛା: ଟଙ୍କାପଇସା ନେବା ଦେବାବେଳେ ସାବଧାନ ଅବଲମ୍ବନ କରନ୍ତୁ। କାମ କରିବା ସମୟରେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ କରନ୍ତୁ। ବେପାରରେ ଆୟର ନୂଆ ଉତ୍ସ ପାଇବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।

ଧନୁ: ଆପଣଙ୍କ କାମରେ ନିଶ୍ଚୟ ସଫଳ ହେବେ। ଆପଣଙ୍କ କନ୍ୟା ପାଇଁ ବର ତଲାସ ପୂରା ହୋଇପାରେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଚାକିରିରେ ଉନ୍ନତି ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ମକର: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷତ ହୋଇପାରେ। ସେ ଆଗାମୀ ଦିନରେ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବେ। ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରଖନ୍ତୁ।

କୁମ୍ଭ: ଆପଣଙ୍କ କାମରେ ମନ ମୁତାବକ ପରିଣାମ ପାଇବେ। ଭାଗୀଦାରିରେ ବେପାର ପାଇଁ ଦିନଟି ଭଲ। କୌଣସି ବଡ଼ ଡ଼ିଲ୍ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ଫାଇନାଲ ଛାତ୍ରଙ୍କୁ କାମ ମିଳିପାରେ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଯାହା ଆପଣଙ୍କ ଦିନଚର୍ଯ୍ୟାରେ ପାର କରିବାର ସଫଳ ହେବେ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଉନ୍ନତିକାରକ। ଜନତାଙ୍କ ମଧ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।