ମେଷ: ବେପାରରେ ଅଧିକ ଲାଭ ହେବ। ପାରିବାରିକ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ। କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ କୌଣସି ବଡ଼ କଂପାନିରୁ କୋଲ୍ ଆସିବ।
ବୃଷ: ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ମାମଲାରେ ବୁଦ୍ଧିମତ୍ତାରେ କାମ କରିବାକୁ ହେବ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଫାଇନାଲ ହେବ।
ମିଥୁନ: ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ। ଆପଣଙ୍କର କିଛି କାର୍ଯ୍ୟରେ ଅଧିକ ସମୟ ଲାଗିବ। ଯାହା ପାଇଁ ଅଫିସରେ ଅଧିକ ସମୟ ରହିବେ।
କର୍କଟ: ନିଜର କାମ ପୂରା କରିବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ପିଲାଙ୍କ ପଢ଼ିବା ଜିନିଷ କିଣିବା ଲାଗି ବଜାରକୁ ଯିବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ।
ସିଂହ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ। ଟେକ୍ନୋଲୋଜି ଛାତ୍ରଙ୍କ ଲାଗି ଦିନଟି ଭଲ।
କନ୍ୟା: ଆପଣ ନିଜର ଦୁର୍ବଳତାକୁ ଜାଣି ସୁଧାରିବାକୁ ଚେଷ୍ଟା କରନ୍ତୁ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ କତୃପକ୍ଷ ଯାହା କହୁଛନ୍ତି ତାକୁ ଗମ୍ଭୀରତାରେ ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।
ତୁଳା: ଆପଣଙ୍କର ଆଧ୍ୟାତ୍ମିକତାରେ ଅଧିକ ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦୋହାରଇବା ପାଇଁ ଏକାଗ୍ରତା ବଜାୟ ରଖନ୍ତୁ। ପ୍ରତ୍ୟେକ କାମ ଧୈର୍ଯ୍ୟ ଓ ବୁଦ୍ଧିମତ୍ତାରେ ପୂରା କରିବାକୁ ଚେଷ୍ଟା କରନ୍ତୁ।
ବିଛା: ବୁଲାବୁଲିରେ ଅଧିକ ସମୟ ବିତାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଧନଲାଭ ହେବ। ପରିବାର ଲୋକ ଆପଣଙ୍କୁ ଭଲ ମତ ଦେବେ। ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ଧନୁ: ପୂରା ଧ୍ୟାନ କାମରେ ସୁଧାର କରିବାର ରହିବ। ନୂଆ କାମ କରିବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ। ମାମୁଲି କଥାରେ କାହାରିକୁ ଆକ୍ରମଣ କରନ୍ତୁ ନାହିଁ। ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ।
ମକର: ଟଙ୍କାପଇସା ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ନିକଟ ସଂପର୍କିୟଙ୍କ ଠାରୁ କୌଣସି ଲାଭକାରୀ ପରାମର୍ଶ ପାଇବେ। ଆପଣଙ୍କ ଦ୍ବାରା କାମ କତୃପକ୍ଷଙ୍କୁ ଖୁସି କରାଇବ। ପ୍ରେମ ସମ୍ବନ୍ଧ ମଧୁର ହେବ।
କୁମ୍ଭ: ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ନବ ବିବାହିତ ଦମ୍ପତ୍ତି ଜଣେ ଅନ୍ୟଜଣଙ୍କୁ ଭଲଭାବେ ବୁଝିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ।
ମୀନ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ପରିବାର ଲୋକଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅର୍ଥ ସଂପର୍କରେ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ