ମେଷ: କାର୍ଯ୍ୟକୁ ସୁଚାରୁରୂପେ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କର ପ୍ରଭୁତ୍ବ ବଜାୟ ରହିବ। ନବ ବିବାହିତ ଦମ୍ପତ୍ତିଙ୍କ ମଧୁର ବ୍ୟଙ୍ଗ୍ୟୋକ୍ତି କରିବେ। ନୂଆ କାମ କରିବାରେ ନିବୃତ୍ତ ରହନ୍ତୁ।
ବୃଷ: ଭାଗ୍ୟ ପ୍ରତିଟି କ୍ଷେତ୍ରରେ ସାଥ ଦେବ। ସନ୍ତାନର ନକାରାତ୍ମକ ଗତିବିଧି ଜଣା ପଡ଼ିବା ପରେ ଆପଣଙ୍କର ଚିନ୍ତା ବଢ଼ିପାରେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ କିମ୍ବା କାହାରି ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ।
ମିଥୁନ: ଅଫିସ କାମରେ ଦୂରସ୍ଥାନକୁ ଯିବେ। ନେଣଦେଣେ ସ୍ଥଗିତ ରଖନ୍ତୁ ଆସୁଥିବା ସମସ୍ୟାର ରକ୍ଷା ପାଇଯିବେ। ଆପଣଙ୍କ ବନ୍ଧୁ ଆପଣଙ୍କୁ ଖୁସି ଖବର ଶୁଣାଇବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
କର୍କଟ: ପରିଜନଙ୍କ ସହିତ ଧାର୍ମିକ କାର୍ଯ୍ୟର ଆୟୋଜନ କରିବେ। ଅଫିସ କାମ ମନପ୍ରାଣ ଢ଼ାଳି କରନ୍ତୁ। ଆପଣଙ୍କର ଉନ୍ନତି ପାଇଁ କୌଣସି ରାସ୍ତା ଖୋଲିବ। କାରବାର ବଢ଼ାଇବା ପାଇଁ କୌଣସି ମଉକା ପାଇବେ।
ସିଂହ: ବ୍ୟକ୍ତିଗତ କାମ କରିବା ସମୟରେ ପରିସ୍ଥିତିରେ ଭୟଭୀତ ନହୋଇ ସମାଧାନର ରାସ୍ତା ଖୋଜିବାକୁ ପ୍ରୟାସ କରନ୍ତୁ। ଅର୍ଡ଼ର ସପ୍ଲାଇ ଭଲ ଗ୍ରାହକ ପାଇବେ। ପାରିବାରିକ ଜୀବନରେ ଉତ୍ସବର ମାହୋଲ ରହିବ।
କନ୍ୟା: ପରିଜନଙ୍କ ସହିତ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ହୋଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଘର ଲୋକଙ୍କ ସହିତ ମିଶି ପାରନ୍ତି। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।
ତୁଳା: କୌଣସି ବି ପ୍ରକାର ବବାଦ ଠାରୁ ଦୂରରେ ରହନ୍ତୁ। ବିଦେଶ ସଂପର୍କିତ ବ୍ୟବସାୟର ପରିସ୍ଥିତି ଆପଣଙ୍କ ମନୋନୁକୂଳ ହେବାର ସମ୍ଭାବନା। ଅଫିସରେ ନର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରା କରିବେ।
ବିଛା: ପ୍ରତ୍ୟେକ ଅଶାନ୍ତିର ସମାଧାନ ବାହାରିବ। ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। ଲେଖନ କାର୍ଯ୍ୟରେ ବ୍ୟସ୍ତ ରହିବେ। ନିତିଦିନିଆ କାମରୁ ବାହାରକୁ ବାହାରି କିଛି ନୂଆ ଶିଖିବାକୁ ପାଇବେ।
ଧନୁ: ନିଜର ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ଜୀବନସାଥୀ ସହିତ ଘର କାମରେ ପୂରା ବ୍ୟସ୍ତ ରହିବେ। ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦିନଟିଏ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ବ୍ୟବସାୟରେ ଅତିରିକ୍ତ ଆୟ ସାଧନ ସୃଷ୍ଟି ହେବାର ସମ୍ଭାବନା। ଭାଗୀଦାରିରେ ବେପାର ପାଇଁ ସଉଦା ପାଇବେ। ସରକାରୀ ଚାକିରିଆ ନିଜ କାମରେ ସନ୍ତୁଷ୍ଟ ରହିବେ। ରାଜନୀତିରେ ଆର୍ଥିକ ଲାଭ ହେବ।
କୁମ୍ଭ: ସମ୍ମାନିତ ଓ ପ୍ରଭାବଶାଳୀ ଲୋକଙ୍କ ସଂପର୍କରେ ଆସିବା ହେତୁ କିଛି ନୂଆ ବିଷୟ ଜାଣି ପାରିବେ। ଧ୍ୟାନ ରଖନ୍ତୁ ନିଜର ଯଦି ପ୍ରୟାସରତ କାର୍ଯ୍ୟରେ ସମସ୍ୟା ଆସୁଛି ତେବେ ଏହା ପାଇଁ ଆପଣଙ୍କ ଏକ୍ରାଗତା ହ୍ରାସ ହେବ।
ମୀନ: କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କ ସହଯୋଗ ସକାରାତ୍ମକ ହେବ। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ଏବଂ ଆଳସ୍ୟ ସ୍ଥିତି ତ୍ୟାଗରେ ମାନସିକ ଶାନ୍ତି ପାଇବେ। ଗାଡ଼ି କିଣିବା ଯୋଗ ଅଛି।