ମେଷ: ସଫ୍ଟେୱର ଇଂଜିନିଅର ଛାତ୍ର ନିଜର କନିଷ୍ଠ ଛାତ୍ରଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ।
ବୃଷ: କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ କରିବା ପାଇଁ ସାହାଯ୍ୟ କରିବେ। କୌଣସି ନୂଆ କାମ ଭାଇଙ୍କ ଦ୍ବାରା କରିବେ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ।
ମିଥୁନ: ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସରେ କୌଣସି କାମକୁ ନେଇ ବ୍ୟସ୍ତ ରହିବେ।
କର୍କଟ: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ।
ସିଂହ: ଆତ୍ମବିଶ୍ବାସ ଭଲ ରହିବ। କୌଣସି ଜରୁରି କାମରେ ସଫଳତା ପାଇବେ। ଅଫିସରେ କାମ ତରବରିଆରେ କଲେ ହାନି ହୋଇପାରେ। ଅର୍ଥ ବିଷୟରେ ସତର୍କ ରହନ୍ତୁ।
କନ୍ୟା: ଟଙ୍କାପଇସା ବିଷୟରେ ଆପଣ ଉନ୍ନତି ମାର୍ଗର ଯିବେ। ପିଲାଙ୍କ ସଫଳତାରେ ନିଜକୁ ଗୌରବାନ୍ବିତ ଅନୁଭବ କରିବେ। ଜୀବନସାଥୀ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ତୁଳା: ଆପଣଙ୍କର ଚିନ୍ତା କମ୍ ହେବ। ବଢ଼ିଆ ପରିଣାମ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି ସଂପର୍କିତ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ନୂଆ ବ୍ୟବସାୟ କରିବା ପାଇଁ ଭାବି ପାରନ୍ତି।
ଧନୁ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଧନଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ।
ମକର: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ। ରାଜନୀତିରେ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇବେ।
କୁମ୍ଭ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିଅର କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ।
ମୀନ: ଦିନଟି ଲାଭଦାୟକ ରହିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ।