ଭୁବନେଶ୍ବର: ମଣିଷ ଯେତିକି ଅତ୍ୟାଧୁନିକ ହେଉଛି, ତାର ଚାଲିଚଳନ, ଜୀବନଶୈଳୀ ଯେତିକି ବଦଳୁଛି ସେତିକି ତାର ଖର୍ଚ୍ଚ ବଢୁଛି । ଆର୍ଥିକ ସ୍ଥିତିରେ ଚାପ ପଡୁଛି ଆଉ ମଣିଷ ସେହି ପରିସ୍ଥିତିର ସାମ୍ନା କରି ମଣିଷ କେତେବେଳେ ଭାଙ୍ଗିପଡୁଛି ତ କେତେବେଳେ ଜୀବନ ହାରିଦେଉଛି । ଟଙ୍କା ପାଇଁ କେଉଁ ମାସ କାହାର କେମିତି ପରିସ୍ଥିତି ଆସେ କହି ହେବନି ତେଣୁ ଯଦି ଆପଣ ଜ୍ୟୋତିର୍ବିଦ୍ଦଙ୍କ କଥାକୁ ମାନନ୍ତି ତାହାଲେ ଚଳିତ ମାସ ଅର୍ଥାତ ଫେବୃୟାରୀରେ ଏହି ସବୁ ରାଶିର ଲୋକଙ୍କର ଖର୍ଚ୍ଚ ଅଧିକ ହୋଇପାରେ... ଜାଣନ୍ତୁ କେଉଁ ରାଶିର ବଢିବ ଖର୍ଚ୍ଚ
ମିଥୁନ: ଏହି ମାସ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବଡ ଖର୍ଚ୍ଚର ମାସ ହେବ । ଏମାସ ଆୟ ଯେତେ ହେଉନା କାହିଁକି ଖର୍ଚ୍ଚ ସେହି ପରିମାଣରେ ହେବ । ପାରିବାରିକ ଖର୍ଚ୍ଚ ବଢିପାରେ ତେଣୁ ଆପଣ ଏ ମାସ ପାଇଁ ଏକ ଛୋଟ ମାସିକିଆ ବଜେଟ୍ କରିପାରିବେ ।
କର୍କଟ: ଖର୍ଚ୍ଚ ବଢୁଥିବାରୁ ଆର୍ଥିକ ସ୍ଥିତି ସେତେଟା ଭଲ ରହିବନି । ଧନହାନିର ଯୋଗ ଅଛି ତେଣୁ ବୁଝି ବିଚାରି ଯେଉଁଠି ବି ବିନିଯୋଗ କରୁଛନ୍ତି କରନ୍ତୁ ନହେଲେ ଅଯଥା ନିବେଶ କାଳ ହୋଇପାରେ ।
ତୁଳା: ଏମାସ ତୁଳା ରାଶିର ଲୋକଙ୍କ ପାଇଁ ଟିକେ ଖର୍ଚ୍ଚର ମାସ ହେବ । ଖର୍ଚ୍ଚ ଆୟର ଉପରେ ରହିବ । ଟଙ୍କା ତ ମିଳିବ ହେଲେ ଖର୍ଚ୍ଚ ଲାଗିରହିବ । ତେଣୁ ଟଙ୍କାର ସଠିକ୍ ବିନିଯୋଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
କୁମ୍ଭ: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏ ମାସ ଟିକେ ସାବଧାନତାର ସହ ଖର୍ଚ୍ଚ କରିବା ଉଚିତ । ଘର ଏବଂ ପରିବାର ଲୋକଙ୍କ ଖୁସି ପାଇଁ ଏ ମାସ ଅଧିକ ଖର୍ଚ୍ଚ ଏ ରାଶିର ଲୋକ କରିପାରନ୍ତି ।