ଥରେ ଏକ ବିରାଟ ମନ୍ଦିର ପ୍ରତିଷ୍ଠା ଅବସରରେ ଯଜ୍ଞାନୁଷ୍ଠାନର ଆୟୋଜନ କରାଗଲା। ରାଜ୍ୟର ରାଜାଙ୍କୁ ସେଠାକୁ ନିମନ୍ତ୍ରଣ କରାଗଲା। ରାଜା ଆସିଲେ ଯେମିତି ତାଙ୍କର କିଛି ଅସୁବିଧା ନ ହୁଏ ସେଥି ଲାଗି ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଗଲା।
ନିର୍ଦ୍ଧାରିତ ଦିନ ରାଜା ରାଜକୀୟ ଠାଣିରେ ନିଜ ଅଶ୍ବ ପିଠିରେ ବସି ଯଜ୍ଞାନୁଷ୍ଠାନରେ ଯୋଗ ଦେବା ଲାଗି ବାହାରିଲେ। ସାଙ୍ଗରେ ଥିଲେ ରାଜାଙ୍କ ଅନୁଚର ବର୍ଗ। ସେଠାରେ ପହଞ୍ଚିବା ପରେ ରାଜା ଯଜ୍ଞ ସ୍ଥଳକୁ ଯିବା ପୂର୍ବରୁ ବାହାରେ ନିଜର ବହୁ ମୂଲ୍ୟବାନ ଜୋତା ଖୋଲିଦେଲେ। ରାଜା ଜୋତା ଖୋଲିବା କ୍ଷଣି ଆୟୋଜକମାନଙ୍କ ଭିତରୁ ଜଣେ କନାରେ ତିଆରି ଜୋତା ରାଜାଙ୍କ ପାଦରେ ପିନ୍ଧାଇ ଦେବାକୁ ବସିଲେ।
ରାଜା କହିଲେ- ମହାଶୟ, ମୁଁ ହୁଏ ବା ଯେ କେହି ହୁଅନ୍ତୁ, ବାହାରେ ଜୋତା ଛାଡ଼ି ଯିବାର ମର୍ମଟା କ’ଣ ବୁଝିଛନ୍ତି ତ? ଏହାର ମର୍ମ ହେଲା, ଆପଣ ଯେତେବେଳେ ଏଭଳି ପବିତ୍ର ଆଧୢାତ୍ମିକ ସ୍ଥଳକୁ ଯାଉଛନ୍ତି, ସେତେବେଳେ ଆପଣ ଜୋତା ସହିତ ନିଜର ଅହ˚କାରକୁ ମଧୢ ବାହାରେ ଛାଡ଼ି ଦେଇ ଆସୁଛନ୍ତି। ମୋର ଜୋତା ସହିତ ମୁଁ ମୋ ରାଜପଣର ଅହଙ୍କାର ଛାଡ଼ି ଦେଇ ଆସିଲି। ଏବେ ମୁଁ ଖାଲି ପାଦରେ ସମସ୍ତଙ୍କ ସହିତ ସମାନ। ତେଣୁ କାହିଁକି ପୁଣି ଏ କନାର ଜୋତା ବା ଅନ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି? ଦେବାଳୟରେ ଆମେ ସମସ୍ତେ କ୍ଷୁଦ୍ର ଏବ˚ ଈଶ୍ବରଙ୍କ ସମକ୍ଷରେ ଆମେ ସମସ୍ତେ ସମାନ।