ମେଷ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କୌଣସି ବନ୍ଧୁ ଠାରୁ ଭଲ ଖବର ପାଇବେ।
ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।
ମିଥୁନ: କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ପାରିବାରିକ ଜୀବନ ଉତ୍ସବମୁଖର ହେବ।
କର୍କଟ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା ନକଲେ ଭଲ ହେବ। ଧନ୍ଦାମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ର କିଛି ନୂଆ ଶିଖିବେ।
ସିଂହ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ଭାବନାକୁ ବୁଝିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ।
କନ୍ୟା: ସଠିକ୍ ଯୋଜନା କ୍ୟାରିଅରରେ ପରିବର୍ତ୍ତନ ଆଣିବ। ଲୋକଙ୍କ ପ୍ରତି ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଚାକିରିଆଙ୍କ ଲାଗି ଦିନଟି ଭଲ।
ତୁଳା: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। ଗ୍ରାଫିକ ଡିଜାଇନରଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦରମା ବୃଦ୍ଧିର ଖବର ପାଇବେ।
ବିଛା: ବାପାମାଆଙ୍କ ସହ ବୁଲିଯିବାର ଯୋଜନା କରିବେ। ଆପଣଙ୍କର ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ବନ୍ଧୁ ସହ ସିନେମା ଦେଖିବେ।
ଧନୁ: ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପ୍ରିୟଜନଙ୍କ ସହ ରାତ୍ରିଭୋଜନର ଯୋଜନା କରିବେ।
ମକର: କୌଣସି ଭଲ ଖବର ପାଇବେ। ଜୀବନସାଥୀର ସହଯୋଗ ମିଳିବ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କୁମ୍ଭ: ପାରିବାରିକ ଜୀବନ ସୁଖକର ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ।
ମୀନ: କ୍ୟାରିଅରରେ ଭଲ ପରିଣାମ ମିଳିବାର ଯୋଗ ଅଛି। ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/4vhnGIMmZlzsZOLY1FF5.webp)