ମେଷ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲରୁ ଶିଖିକରି ଆଗକୁ ବଢ଼ିବାର ପ୍ରେରଣା ପାଇବେ। 

Advertisment

ବୃଷ: କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତା’ ସମ୍ବନ୍ଧରେ ସର୍ବ ପ୍ରଥମେ ଉଚିତ ବିଚାର ବିମର୍ଶ କରିବେ। ବ୍ୟବସାୟର ସବୁ ଗିତିବିଧି ଉପରେ ଧ୍ୟାନ ରଖନ୍ତୁ। ଆପଣଙ୍କ ମନ ଆଧ୍ୟ‌ାତ୍ମିକତାରେ ଲାଗି ରହିବ।  

ମିଥୁନ: ଯେଉଁ ଲୋକ ଘରେ ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ। ବନ୍ଧୁ ଠାରୁ କାମଧନ୍ଦା ବିଷୟରେ ନୂଆ ଜ୍ଞାନ ପାଇପାରନ୍ତି। ଗାୟକଙ୍କର କୌଣସି ଗୀତ ଲୋକଙ୍କୁ ଖୁବ୍ ପସନ୍ଦ ଆସିବ।

କର୍କଟ: ସବୁ ଅଟକିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ବିଜ୍ଞାନ ଛାତ୍ରଙ୍କୁ ଭଲ ଚାକିରିର ସୁଯୋଗ ମିଳିପାରେ।

ସିଂହ: ପୂରା ପରିଶ୍ରମରେ କାମ କଲେ ଭାବିଥିବା ଅଧିକତର କାମ ସଂପୂର୍ଣ୍ଣ ହୋଇଯିବ। ଆପଣ ଯେତେ ଚିନ୍ତାରେ ରହିବେ ସେତେ ଆପଣଙ୍କର କାର୍ଯ୍ୟ ଦକ୍ଷତା କମ୍ ହେବ। ଘରକୁ ବନ୍ଧୁ ଆସିବେ। 

କନ୍ୟା: ବକେୟା ଅର୍ଥ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଲାଗାଇଲେ ମାନସିକ ଶାନ୍ତି ପାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। ଶରୀର ସୁସ୍ଥ ରଖିବା ଲାଗି ତାଜ ଫଳ ଖାଆନ୍ତୁ। 

ତୁଳା: ସ୍ବଭାବରେ ନକାରାତ୍ମକ ନଆଣି କାମରେ ଅଧିକ ଧ୍ୟାନ ଦିଅନ୍ତୁ। ଯେଉଁ ଲୋକଙ୍କ ବିରୋଧ ଯୋଗୁଁ କାମରେ ବାଧା ଲାଗି ରହିଛି ତାହା ସମାପ୍ତ ହୋଇଯିବ। ଜୀବନସାଥୀଙ୍କୁ ସମୟ ଦେବେ। ତାଦ୍ବାରା ସମ୍ବନ୍ଧ ମଜଭୁତ ଓ ମଧୁର ହେବ। 

ବିଛା: କଠିନ ପରିଶ୍ରମରେ ଭଲ ଫଳ ପାଇବେ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କନ୍ୟାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିପାରେ। 

ଧନୁ: ସରକାରୀ କାମରେ ବାଧା ଦୂର ହେବ। ଅଫିସରେ କତୃପକ୍ଷଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ କାମ ପୂରା କରିବା ଯୋଗୁଁ ଶିକ୍ଷକଙ୍କ ଠାରୁ ସାବାସି ପାଇବେ। 

ମକର: ବିଭିନ୍ନ ପ୍ରକାର ଗତିବିଧିରେ ଦିନଟି ବିତାଇବେ। ତାହା ସହିତ କଠିନରୁ କଠିନ କାମକୁ ନିଶ୍ଚୟର ସହିତ ପୂରା କରିନେବେ। ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। 

କୁମ୍ଭ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟ ଭଲ। ସମାଜରେ କରିଥିବା କାମ ପାଇଁ ପ୍ରଶଂସା ପାଇବେ। ଉଚ୍ଚାଧିକାରୀ ଆଗରେ ନିଜର କଥା ରଖନ୍ତୁ ଭଲ ବ୍ୟବହାର ପାଇବେ। ପରିବାରରେ ସ୍ଥିତି ଠିକ୍ ରହିବ। 

ମୀନ: ଲୁଗା ବ୍ୟବସାୟୀଙ୍କର ଭଲ ଫାଇଦା ହେବ। ଯାହା‌ଦ୍ବାରା ଆର୍ଥିକ ସ୍ଥିତି ମଜଭୁତ ରହିବ। ବଡ଼ଙ୍କର ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ। ଅବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ପାଇବେ।