ମେଷ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ସୁଧାରିବାରେ ଆପଣଙ୍କର ବିଶେଷ ଭୂମିକା ରହିବ। କାରବାରରେ ନିଜର ଦାୟିତ୍ବକୁ ନିର୍ବାହ କରିବା ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି। ‌

Advertisment

ବୃଷ: ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭଲ ସମୟ। ଆପଣଙ୍କର ନିର୍ଣ୍ଣୟକୁ ପ୍ରାଥମିକତା ଦେବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଛୋଟ ମୋଟ ନକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁନାହିଁ। ‌

ମିଥୁନ: କିଛିନିକିଛି କାମକୁ ନେଇ ଆପଣଙ୍କର ବ୍ୟସ୍ତତା ଆପଣଙ୍କୁ ହାଲିଆ କରିଦେବ। କାରବାରରେ କିଛି ଆହ୍ବାନ ରହିବ। ଆପଣ ସମ୍ବନ୍ଧକୁ ସହଜ କରି ରଖିବେ। କୌଣସି ସମାରେହାରେ ସାମିଲ ହେବାର ସୁଯୋଗ ପାଇବେ। ‌

କର୍କଟ: ଯେଉଁ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚାହିଁବେ ତାକୁ ପୂରା କରି ରହିବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ‌ ସୁଖଦ ଅନୁଭୂତି ଦେବ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ମହିଳାଙ୍କ ଲାଗି ଦିନଟି ଭଲ ରହିବ।  

ସିଂହ: କାରବାରରେ କିଛି ସମସ୍ୟା ଆସିପାରେ। କିନ୍ତୁ ସାଥୀ ଓ ସହକର୍ମୀଙ୍କ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ। ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ସୁଧାର ଆଣିବା ଲାଗି ଚେଷ୍ଟାର ସଫଳତା ପାଇବେ।

କନ୍ୟା: ବେପାରରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଖର୍ଚ୍ଚ ଉପରେ ବ୍ୟବସ୍ଥିତ କଲେ ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରିରେ ପଦୋନ୍ନତି ଯୋଗ ଅଛି। 

ତୁଳା

ତୁଳା: କୌଣସି ପ୍ରକାର ଗତିବିଧିରେ ବ୍ୟସ୍ତତାର ରହିବେ। ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରିବା ଭଲ ହେବନାହିଁ। ଆପଣଙ୍କ ଆଖପାଖର ସ୍ଥିତିକୁ ସକାରାତ୍ମକ ଦୃଷ୍ଟିକୋଣରେ ବୁଝିବେ। ଏଥିପାଇଁ ଆହୁରି ପ୍ରଭାବଶାଳୀ ହେବେ।

ବିଛା: ଦୃଢ଼ ନିଶ୍ଚୟ ଏବଂ ପରିଶ୍ରମରେ କୌଣସି ବିଶେଷ କାମକୁ ସଂପୂର୍ଣ୍ଣ କରିବାରେ ସଫଳତା ହାସଲ କରିବେ। ନିଜର କ୍ରୋଧ ଉପରେ କାବୁ ରଖନ୍ତୁ। କୌଣସି ରାଜନୀତିକ ବ୍ୟକ୍ତିଙ୍କ ସହାୟତା ପାଇବେ। 

ଧନୁ: ଜୀବନରେ ଆପଣଙ୍କୁ ଏବେ ସୁଦ୍ଧା ଯାହା ସଫଳତା ମିଳିଛି ସେଥିପାଇଁ ଆପଣଙ୍କୁ ସ୍ଥିରତା ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ଓ ଆତ୍ମବଳ ମଜଭୁତ ହେବ। ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ।  

ମକର: ଦିନସାରା ଆପଣଙ୍କର ଶକ୍ତି ବଜାୟ ରହିବ। ଘରର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାରେ ବ୍ୟସ୍ତତାର ରହିବେ। ଜମିବାଡ଼ିର ସମସ୍ୟା ଲାଗି ରହିଥିଲେ ଆପୋସୀ ସହମତିରେ ସମାଧାନ ହୋଇପାରେ। 

କୁମ୍ଭ: ମନରେ କୌଣସ କଥାକୁ ନେଇ ନକାରାତ୍ମକ ବିଚାର ଉପରେ କାବୁ ରଖିବା ପ୍ରୟାସରେ ସଫଳ ହେବେ। ଆଧ୍ୟାତ୍ମିକ ଗତିବିଧି ଓ ଯୋଗାସନ ଆଦିରେ ସମୟ ବିତାଇବେ। ଅଧିକାରୀଙ୍କ ସହିତ ଭଲ ସଂପର୍କ ବଜାୟ ରଖନ୍ତୁ। 

ମୀନ: ପୈତିକ ସଂପତ୍ତି ସମ୍ବନ୍ଧୀୟ ମାମଲାରେ ବାଧା ଲାଗି ରହିଥିଲେ ଆପୋସୀ ତାଳମେଳରେ ସମାଧାନ କରିବାକୁ ଚେଷ୍ଟା କରିବେ। ବନ୍ଧୁ ଆପଣଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ରହିବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।