ମେଷ:-କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଢ଼ିବ। କାହାରି ଠୁ ନେଇଥିବା ଋଣ ପରିଶୋଧ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।
ବୃଷ:-ମହତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ନିବେଶ ମାମଲାରେ ଘରର ବଡ଼ଙ୍କ ଠାରୁ ନୂଆ ପରାମର୍ଶ ନେବେ। ଯାହା ଆର୍ଥିକ ସ୍ଥିତି ଓ ଘରର ବ୍ୟବସ୍ଥାକୁ ଠିକ୍ ରଖିବାରେ ସହାୟକ ହୋଇପାରେ।
ମିଥୁନ:-ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଯୋଜନାରେ ସଫଳତା ମିଳିବାର ସମ୍ଭାବନା ଅଛି। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ଖେଳ ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ରୁହନ୍ତୁ। ପୁରୁଣା ଭୁଲ୍ ପାସୋରି ଆଗକୁ ବଢ଼ିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିପାରନ୍ତି। ମାନସିକ ଶାନ୍ତି ଓ ସ୍ଥିରତା ପାଇଁ ଧ୍ୟାନଯୋଗ କରନ୍ତୁ।
ସିଂହ:-ବାପାଙ୍କ ଆଶୀର୍ବାଦ ପାଇବେ। ବିଶେଷ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ରହିବ।
କନ୍ୟା:-ଅଫିସର କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ। କାହାରି ସହିତ ମିଶି କିଛି ନୂଆ ଶିଖିବାକୁ ପାଇବେ। ତରବରିଆରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।
ତୁଳା:-ସବୁ ଅଶାନ୍ତି ଦୂର ହେବ। ଘରର ବଡ଼ଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅଫିସରେ ନିଜର କାମ ମନପ୍ରାଣ ଢ଼ାଳି କରିବେ। କୌଣସି ବନ୍ଧୁ ସହିତ ମିଶି ବହୁତ ଖୁସି ହେବେ।
ବିଛା:-ପାରିବାରିକ ଜୀବନରେ ସୌଭାଗ୍ୟ ବୃଦ୍ଧି ହେବ। ଧନଲାଭର ମଉକା ହାତକୁ ଆସିବ। ବଡ଼ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ। ଇଂଜିନିୟର ଛାତ୍ରଛାତ୍ରୀ ଆଗକୁ ବଢ଼ିବାର ସୁଯୋଗ ପାଇବେ।
ଧନୁ:-ବେପାର ବଣିଜରେ ଆଶାଠୁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀ ଲେଖାପଢ଼ା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।
ମକର:-ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। କାରବାରରେ ନିବେଶ ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ପିଲାର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ।
କୁମ୍ଭ:-ବିନା କାରଣରେ ଆରମ୍ଭ ହୋଇଥିବା ସମସ୍ୟା ସମାପ୍ତ ହେବ। ରାଜ୍ୟ ବାହାରରେ ବେପାର କରିବା ପାଇଁ ଯୋଜନା କରିବେ। କାମ ନିର୍ଦ୍ଧାରିତ ସମୟରେ ପୂରା କରିବାର ସଫଳ ହେବେ। ବନ୍ଧୁ ଘରୁ ଖୁସି ଖବର ପାଇବେ।
ମୀନ:-ଦୀର୍ଘ ଦିନ ପରେ ପରିବାର ସହିତ ସମୟ ବିତାଇବେ। ସ୍ଥଗିତ ଥିବା କାମରେ ପ୍ରଗତି ହେବ। ଡ଼ିପ୍ଲୋମା କରୁଥିବା ଛାତ୍ରଛାତ୍ରୀ ନିଜର ସିନିୟରଙ୍କ ଠାରୁ ମହତ୍ବପୂର୍ଣ୍ଣ ସୂଚନା ପାଇବେ। ପ୍ରେମ ଜୀବନ ଭଲ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)