ମେଷ: ବ୍ୟବସାୟୀଙ୍କୁ ଧନଲାଭ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ। ଯେଉଁମାନେ ଜମି କିଣିବା ଲାଗି ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ।
ବୃଷ: କୌଣସି କଥାକୁ ନେଇ ଆପଣଙ୍କ ମନ ଉତ୍ସାହିତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସଦ୍ଧି ମିଳିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ।
ମିଥୁନ: ଦିନଟି ଆପଣଙ୍କ ଲାଗି ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ଅଫିସରେ କୌଣସ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।
କର୍କଟ: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ କୌଣସି ନୂଆ କାମ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ସିଂହ: ଏକାଗ୍ରତାରେ କରୁଥିବା କାମର ସଫଳ ହେବେ। କ୍ଷୁଦ୍ର ଉଦ୍ୟୋଗୀ ଯଥେଷ୍ଟ ଲାଭ ପାଇବେ। କିଛି ଲୋକ ବନ୍ଧୁତା ଲାଗି ହାତ ବଢ଼ାଇବେ। ମହିଳାମାନଙ୍କ ଲାଗି ଦିନଟି ଅରାମଦାୟକ ରହିବ।
କନ୍ୟା: ଦିନଟି ବ୍ୟସ୍ତତାରେ କଟିବ। ଟଙ୍କା ପଇସା ମାମଲାରେ କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସରାକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।
ତୁଳା: ପୂର୍ବ ସମସ୍ୟାର ସମାଧାନ ବାହାରିବ। ନିଜର କାର୍ଯ୍ୟ ନୂଆ ଢ଼ଙ୍ଗରେ କରିବାକୁ ଚେଷ୍ଟା କରିବେ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ।
ବିଛା: ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ବନ୍ଧୁ ସହ ନୂଆ ବେପାର ଆରମ୍ଭ କରି ପାରନ୍ତି। ପ୍ରେମ ଜୀବନ ମଧୁର ହେବ।
ଧନୁ: ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ମନରେ ନୂଆ ଜିନିଷ ଜାଣିବା ଲାଗି ଉତ୍ସୁକତା ବଢ଼ିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ମକର: ଜୀବନରେ ଅନ୍ୟମାନଙ୍କର ସହଯୋଗ ପାଇବେ। ଯାହା ବି କାମ କରିବେ କମ୍ ସମୟରେ ପୂରା କରିଦେବେ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।
କୁମ୍ଭ: ଚାକିରି ବୃତ୍ତି ସମ୍ବନ୍ଧରେ କୌଣସି ଭଲ ଖବର ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ସପକ୍ଷରେ ଆସିବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।
ମୀନ: ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ବ୍ୟବସାୟରେ ଭଲ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ଭ୍ରମଣ ସୁଖ ରହିଛି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)