ମେଷ: ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ। ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ।‌

Advertisment

ବୃଷ: ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ବ୍ୟବସାୟଙ୍କୁ ବଡ଼ ଅର୍ଡ଼ର ମିଳିବ। ବୈବାହିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।  ‌

ମିଥୁନ: ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ। ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ। ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।‌

କର୍କଟ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ପ୍ରେମୀ ଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

ସିଂହ: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ। 

କନ୍ୟା: ଆପଣଙ୍କର ଅଶାନ୍ତି ନିବାରଣ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। 

ତୁଳା: ଆପଣଙ୍କୁ ଭଲ ଚାକିରି ମିଳିବ। ଧନ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ପରିବାରରେ ସୌହାର୍ଦ ବଜାୟ ରହିବ।  ପ୍ରେମୀ ଯୁଗଳଙ୍କର ସମ୍ବନ୍ଧ ମଧୁରତା ପୂର୍ଣ୍ଣ ରହିବ। 

ବିଛା: ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ। ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। 

ଧନୁ: ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଯାନ କିଣିବା ଲାଗି ମନ ବନାଇବେ। 

ମକର: ପୂଜାପାଠରେ ସମୟ ବିତିବ। ଡ଼େକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲା ଠାରୁ ଭଲ ଖବର ପାଇବେ। 

କୁମ୍ଭ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। କୌଣସି ମକଦ୍ଦମାରେ ଜୟ ଲାଭ କରିବେ। ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ରହିବ।‌ 

ମୀନ: ଅଧୁରା ଥିବା କାମ ପୂରା କରିପାରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଘର ପାଇଁ ବିଦ୍ୟୁତ୍ ଉପକରଣ କିଣି ପାରନ୍ତି।