ମେଷ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

Advertisment

ବୃଷ: ପରିସ୍ଥିତି ଏଭଳି ହେବ ଯେ ପୂର୍ବ ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ।ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ: କୌଣସି ସମାଧାନ କରିବା ପୂର୍ବରୁ ବୁଝିସୁଝି କରନ୍ତୁ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ। ‌

କର୍କଟ: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। 

ସିଂହ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶତ୍ରୁ ଆପଣଙ୍କ ଆଗରେ ନତ ମସ୍ତକ ହେବେ। ଜରୁରି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ପଢ଼ାରେ ମନ ଲାଗିବ। ‌ 

କନ୍ୟା

କନ୍ୟା: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ‌  

ତୁଳା: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଉଦରଜନିତ ପୀଡ଼ାରୁ ଆରାମ ପାଇବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁ ଆସିବେ। ‌ ‌ 

ବିଛା: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଛନ୍ତି ସେମାନଙ୍କ ଲାଗି ଉତ୍ତମ ସମୟ। ଧନପ୍ରାପ୍ତିର ଯୋଗ ରହିଛି। ‌‌

ଧନୁ: ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ରାଜନୀତି ଓ ସମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। 

ମକର: ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ଜାଗାରେ ଚାକିରି ମଳବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ‌ 

କୁମ୍ଭ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି କରିବେ। ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ଯୋଜନା ସଫଳ ରହିବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ। 

ମୀନ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ର କିଛି ନୂଆ ଶିଖିବେ।