ମେଷ: ସକାରାତ୍ମକ ଦୃଷ୍ଟିକୋଣରେ ଜରୁରୀ କାମ ପୂରା ହେବ। ଡ଼ାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। ‌

Advertisment

ବୃଷ: ପୂର୍ବରୁ କରିଥିବା ନିବେଶର ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। 

ମିଥୁନ: ଲୋକମାନଙ୍କର ଭରସା ଆପଣଙ୍କ ଉପରେ ବଢ଼ିବ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ ପୂର୍ଣ୍ଣ ରହିବ। 

କର୍କଟ: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ। ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ। 

ସିଂହ: ଜୀବନରେ ଲାଗି ରହଥିବା ବାଧା ଦୂର ହେବ। ଧର୍ମକାର୍ଯ୍ୟରେ ମନ ଲଗାଇବେ। ଆୟର ନୂଆ ଉତ୍ସ ପାଇବେ। ମହିଳାମାନେ ରୋଷେଇଘରେ କାମ କରୁଥିବା ସମୟରେ ସାବଧାନ ରହନ୍ତୁ। 

କନ୍ୟା: ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ଯୋଗ ଅଛି। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପରିବାରରେ ଆପୋସୀ ତାଳମେଳ ରହିବ। ଘନିଷ୍ଠ ବନ୍ଧୁ ସହ ସାକ୍ଷାତ ହେବ। 

ତୁଳା: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।‌ 

ତୁଳା

ବିଛା: କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ବୈବାହିକ ଜୀବନରେ ସୌହାର୍ଦ୍ଦ ବଢ଼ିବ।  

ଧନୁ: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଭୂମିକା ନେତୃତ୍ବକାରୀ ହୋଇପାରେ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହିତ ବଢ଼ିଆ କ୍ଷଣ ବିତାଇବେ। 

ମକର: ଆପଣଙ୍କର ଆକର୍ଷକ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ବଡ଼ ଓକିଲଙ୍କ ପରାମର୍ଶ ଆପଣଙ୍କ ଲାଗି ଭଲ ସାବ୍ୟସ୍ତ ହେବ। ସରକାରୀ କାମ ପୂରା ହେବ। 

କୁମ୍ଭ: ଆପଣଙ୍କ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ଭଲ ଜାଗାରେ ନିବେଶ କରି ପାରନ୍ତି। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ‌

ମୀନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଆଖପାଖର ଆଚରଣ ଉପରେ ଦୃଷ୍ଟି ରଖନ୍ତୁ। କଳାକାରଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।