ମେଷ:-କାମକୁ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ପ୍ରଭାବିତ ହେବେ। ଲେଖକ ସମାରୋହରେ ଅଂଶ ଗ୍ରହଣ କରିବାର ମଉକା ପାଇବେ।
ବୃଷ:-ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା କୌଣସି ସଭାର ଆୟୋଜନ କରି ପାରନ୍ତି।
ମିଥୁନ:-ଜୀବନକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସନ୍ଧ୍ୟା ସୁଦ୍ଧା ସବୁ କାମ ସମାପ୍ତ ହୋଇଯିବ। ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
କର୍କଟ:-ଲକ୍ଷ୍ୟକୁ ଜଲଦି ପୂରା କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କ ଭଲ କାମକୁ ନେଇ ତଳିଆ କର୍ମଚାରୀ ସମ୍ମାନ କରିବେ। ଘରକୁ ବନ୍ଧୁର ଆଗମନରେ ଖୁସିର ମାହୋଲ ସୃଷ୍ଟି ହେବ।
ସିଂହ:-ଯେଉଁ କାମ ଆପଣଙ୍କୁ ଅଶାନ୍ତି କରି ଆସୁଥିଲା ସେଥିରେ ସଫଳତା ମିଳିବା ଯୋଗ ଅଛି। ଘରର ବଡ଼ଙ୍କର ବିଶେଷ ଧ୍ୟାନ ରଖିବେ। ସନ୍ତନର ପ୍ରସନ୍ନ ଦେଖି ଆପଣ ଖୁସି ହେବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରୁହନ୍ତୁ।
କନ୍ୟା:-ବ୍ୟବସାୟରେ ବିକ୍ରୀ ବଢ଼ିବ ଆଉ ଯଥେଷ୍ଟ ଲାଭ ପାଇବେ। ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟ ଭଲ। ପଦୋନ୍ନତିର ସୁଯୋଗ ଅଛି।
ତୁଳା:-ବ୍ୟବସାୟ ଆଗକୁ ବଢ଼ାଇବା ଲାଗି କୌଣସି ଅନ୍ୟ ବେପାରୀ ସହିତ ଡ଼ିଲ୍ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ରାଜନୀତି କାମରେ ଅଧିକ ରୁଚି ନେବେ।
ବିଛା:-କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ଅବସର ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।
ଧନୁ:-କୌଣସି ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରି ଆପଣଙ୍କୁ ବହୁତ ଖୁସି ମିଳିବ। ମହତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।
ମକର:-କାହାରିକୁ ଦେଇଥିବା ଧାର ପାଇବେ। କିଛି ନୂଆ ଜିନିଷ କିଣିବା ଲାଗି ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବେ। ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ।
କୁମ୍ଭ:-ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକତା ବଢ଼ିବ। ଅଫିସରେ କୌଣସି କାମ ସହଜରେ କରିବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ପାଇବେ।
ମୀନ:-କୌଣସି ମାମଲାରେ ବୁଦ୍ଧିମତ୍ତାରେ ନିଷ୍ପତ୍ତି ନେବାକୁ ହେବ। ସନ୍ଧ୍ୟାରେ କୌଣସି ବ୍ୟକ୍ତିଙ୍କ ସହିତ ମିଶି ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ସାମଗ୍ରୀ ମାଗି ପାରନ୍ତି।
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ
ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।
/sambad/media/media_files/6WZsx3FIXAWrmH8dJUPs.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)