ମେଷ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ବିଚାର ଚାଲିବାର ରହିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।
ବୃଷ: ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ମିଷ୍ଟାନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ଭାଗୀଦାରି ସହିତ ରାତ୍ରିଭୋଜନ କରିବେ।
ମିଥୁନ: ଆପଣଙ୍କ ମନ ରଚାନାତ୍ମକ କାର୍ଯ୍ୟରେ ରହିବ। ପାଖ ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିଗିଡ଼ି ଥିବା ସ୍ଥିତିରେ ସୁଧାର ଆସିବ। ବେପାରରେ ଯଥେଷ୍ଟ ଲାଭ ହେ। ପ୍ରେମୀ ଯୁଗଳ ସମ୍ବନ୍ଧରେ ମିଷ୍ଟତା ଭରିବେ।
କର୍କଟ: କୌଣସି ଶୁଭ ଖବର ପାଇବେ। ସନ୍ଧ୍ୟାରେ ପିଲାଙ୍କ ସହିତ ସମୟ କଟିବ। ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ଧାର୍ମିକ ଯାତ୍ରା ଲାଗି ଯୋଜନା କରିବେ।
ସିଂହ: କାମ ଧନ୍ଦାରେ ମନ ଲାଗିବ। କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ପୂର୍ବରୁ ଯୋଜନା ପ୍ରସ୍ତୁତି କରି ଆଗକୁ ବଢ଼ନ୍ତୁ। ଅଜଣା ବ୍ୟକ୍ତି ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।
କନ୍ୟା: ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଦିଗୁଣା ଲାଭ ହେବ। ନୂଆ ଜମି କିଣିବାକୁ ଭାବୁଥିଲେ ଆଜି କିଣି ନିଅନ୍ତୁ। ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ। ପ୍ରିୟଜନଙ୍କୁ ପାଇଁ ଭଲ ପୋଷାକ ଦେବେ।
ତୁଳା: ସମୟର ସଦୁପଯୋଗ କରନ୍ତୁ। କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। କଲେଜ ପ୍ରୋଜେକ୍ଟ ସିନିୟରଙ୍କ ସାହାଯ୍ୟରେ କରନ୍ତୁ। ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରି ପାରିବେ।
ବିଛା: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ପିଲାର କ୍ୟାରିୟର ପାଇଁ କାହାରିଠୁ ଧାର ନେବେ। ଆପଣ କିଛି ଲୋକଙ୍କ ସହିତ ମିଶି ସାମାଜିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତି ପାରନ୍ତି।
ଧନୁ: ଆପଣଙ୍କ ସବୁ କାମ ମନମୁତାବକ ପୂରା ହେବ। ଆପଣଙ୍କ ସକାରାତ୍ମକ ବିଚାରରେ କତୃପକ୍ଷ ଖୁସି ହୋଇ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ପାଠପଢ଼ାରେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।
ମକର: ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି। ଆପଣଙ୍କ ସମୟ ପରିଜନଙ୍କ ସହିତ କଟିବ। କେହି ବନ୍ଧୁ ଆପଣଙ୍କ ସହିତ ମିଶିବା ଲାଗି ଆସିପାରନ୍ତି। ସଡ଼କରେ ଯିବାବେଳେ ସତର୍କ ରୁହନ୍ତୁ।
କୁମ୍ଭ: ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁ ସହିତ ହେବ। ବେପାରରେ ଅଚାନକ ଧନଲାଭ ହେବ। ଓକିଲଙ୍କ ଲାଗି ଦିନଟି ଲାଭକାରୀ ରହିବ। ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ।
ମୀନ: ଭାଗୀଦାର କାରବାରରେ ଲାଭ ପାଇବେ। ବିବାଦଠୁ ଦୂରରେ ରୁହନ୍ତୁ। ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
horoscope