ମେଷ: ବ୍ୟବସାୟରେ ଭଲ ଧନଲାଭ ହେବ। ଜୀବନସାଥୀଠୁ ଭଲ ଖବର ପାଇବେ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତି କରିପାରନ୍ତି। ଚାକିରିରେ ବଦଳିର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ: ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ପ୍ରେମୀ ଯୁଗଳ ଦିନଟି ଖୁସିର ଅତିବାହିତ କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ। ସିନେମା ଦେଖିବାକୁ ଯାଇ ପାରନ୍ତି।
ମିଥୁନ: ଜମି ବ୍ୟବସାୟୀ ଭଲ ସଉଦା ପାଇବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ। ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ।
କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବେପାରରେ ବଢ଼ିଆ ଧନଲାଭ ହେବ। ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ। ସମାଜ ପାଇଁ ବହୁତ ଭଲ କାମ କରିବେ। ପ୍ରେମ ଜୀବନ ମଧୁର ହେବ।
ସିଂହ: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ। ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ।
କନ୍ୟା: ବେପାରରେ ଯଥେଷ୍ଟ ଧନଲାଭ ହେବ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇ ପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସାହାଯ୍ୟ ପାଇବେ।
ତୁଳା: ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ। ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ।
ବିଛା: ବେପାରରେ ଧନଲାଭ ହେବ। ନିଜ ପାଇଁ କୌଣସି ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ। ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।
ଧନୁ: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ। ନିଜ କାମ ଅନ୍ୟ ସହରକୁ ଯାଇ ପାରନ୍ତି। ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ।
ମକର: ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ। କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ। ବେପାରରେ ଉନ୍ନତି ହେବ। ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ।
କୁମ୍ଭ: ବେପାରରେ ଅଚାନକ ଧନଲାଭ ହେବ। ଶଶୁର ଘରୁ ସୁଖବର ପାଇବେ। ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ। ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ।
ମୀନ: ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଧାର ହେବ। ଚାକିରିଜୀବୀ ଭଲ ସୁଯୋଗ ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ।
horoscope