ମେଷ: ଦିନଟି ନିଶ୍ଚିତରୂପେ ଫଳଦାୟୀ ହେବ। ଅଫିସ କାମରେ ବାହାରକୁ ଯିବେ। କୌଣସି ବନ୍ଧୁ ସହ ସାକ୍ଷାତ ହୋଇପାରେ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ମଉକା ପାଇବେ।
ବୃଷ: ଅଧୁରା କାମ ସଂପୂର୍ଣ୍ଣ ହେବ। ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ।
ମିଥୁନ: ପେସାଦାର ବ୍ୟବସାୟୀ ଧନଲାଭର ସୁଯୋଗ ପାଇବେ। ପାଖଲୋକ ଠାରୁ ଭଲ ଖବର ପାଇବେ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।
କର୍କଟ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବାର ଆବଶ୍ୟକତା ଅଛି। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
ସିଂହ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
କନ୍ୟା: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ଭ୍ରମଣ ସୁଖ ରହିଛି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଯାହା ବି କାମ କରିବେ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି।
ବିଛା: ଜୀବନସାଥୀ ସବୁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ପ୍ରେମ ଯୁଗଳ ବାହାରକୁ ବୁଲି ଯିବେ।
ଧନୁ: କୌଣସି ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ମକର: ଲେଖକ ଓ କଳାକାର ଲାଗି ସମୟ ଅନୁକୂଳ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଅଧିକାରବର୍ଗ ଆପଣଙ୍କ କାମରେ ଖୁସି ହେବେ। ପୁରୁଣା ବନ୍ଧୁ ଆପଣଙ୍କ ଫୋନ କରିବେ।
କୁମ୍ଭ: ଆପଣଙ୍କର ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ସହିତ ସମୟ ଅତିବାହିତ କରିବେ।
ମୀନ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ମୋଟର ଯାନ କିଣିବା ଲାଗି ଯୋଜନା କରିପାରନ୍ତି। ବ୍ୟବସାୟରେ ପୁଞି ଲଗାନ୍ତୁ ଆପଣଙ୍କୁ ଦିଗୁଣା ଲାଭ ହେବ। ସମ୍ବନ୍ଧରେ ମଧୁରତା ଆସିବ।
horoscope