ମେଷ: କୃଷକଙ୍କ ଲାଗି ଦିନଟି ଭଲ ରହିବ। ଜମିବାଡ଼ିର ସବୁ କାମ ପୂରା ହୋଇଯିବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ପ୍ରତିଯୋଗୀତାରେ ଆଗକୁ ବଢ଼ିବାରେ ମଉକା ପାଇବେ। 

Advertisment

ବୃଷ: ବେପାର ଦୃଷ୍ଟିରୁ ଭଲ ଧନଲାଭ ହେବ। ସ୍ବାସ୍ଥ୍ୟ ଠିକ୍ ରହିବା ଯୋଗୁଁ କାମରେ ମନ ଲାଗିବ। କୌଣସି ଜରୁରୀ କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ମିଳିବ। ପାରିବାରିକ ଜୀବନରେ ପାରଦର୍ଶିତା ରହିବ। 

ମିଥୁନ: ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। 

କର୍କଟ: ବଡ଼ଙ୍କର କଥା ମାନିଲେ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ବେପାରରେ ଅଧିକ ଲାଭ ହେବ।  

ସିଂହ: ଆପଣଙ୍କ କ୍ୟାରିୟରକୁ ନେଇ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ବିଷୟକୁ ବୁଝିବା ପାଇଁ ସିନିୟରଙ୍କର ସାହାଯ୍ୟ ନେବେ। ଭଲ ସ୍ବାସ୍ଥ୍ୟ ପାଇଁ ବାହାର ଖାଦ୍ୟ ପରିହାର କରନ୍ତୁ। 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ମାନସିକ ଚିନ୍ତାରୁ ମୁକ୍ତି ପାଇବେ। ଆପଣଙ୍କ ରୁଚି ରଚନାତ୍ମକ ଜିନିଷରେ ଅଧିକ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। 

ତୁଳା: ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିଙ୍କର ଦରମା ବୃଦ୍ଧି ହେବ। ପ୍ରତିଦିନ ଅପେକ୍ଷା ଭଲ କାମ କରିବେ। ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ଯୋଗ ଓ ବ୍ୟାୟାମର ସ୍ବଭାବ ଗ୍ରହଣ କରନ୍ତୁ। 

ବିଛା: ମନୋବଳ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଯଥେଷ୍ଟ ସଫଳତା ପାଇବେ। ବେପାରରେ ବୃଦ୍ଧି ହେବ। ବନ୍ଧୁମାନଙ୍କ ସହିତ ସମାରୋହର ଆୟୋଜନ କରିପାରନ୍ତି। ବୈବାହିକ ସୁଖ ବୃଦ୍ଧି ହେବ। 

ଧନୁ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଘର ଜିନିଷ କିଣିବା ଲାଗି ସହରକୁ ଯିବେ। ସ୍ବାସ୍ଥ୍ୟଗତ ସମସ୍ୟାରୁ ଆରାମ ପାଇବେ। 

ମକର: ବ୍ୟବସାୟରେ ବଡ଼ ଡ଼ିଲ୍ ମିଳିବାର ସମ୍ଭାବନା। ବୈବାହିକ ଜୀବନରେ ଖୁସିର ଆଗମନ ହେବ। ତରବରିଆ ‌ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କ ଝିଅ ଭଲ ଜାଗାରେ କାମ କରିବା ପାଇଁ ମନୋନୀତ ହେବେ। 

କୁମ୍ଭ: ରୋଜଗାରର ନୂଆ ଅବସର ପାଇବେ। ରାଜୀନିତିକ ବ୍ୟକ୍ତିମାନଙ୍କର କାର୍ଯ୍ୟଭାର ବଢ଼ିବ। ବେପାରରେ ପ୍ରତିଦିନ ଅପେକ୍ଷା ଦିଗୁଣା ଲାଭ ହେବ। ବଡ଼ଙ୍କର କଥାକୁ ଧ୍ୟ‌ାନ ଦେଇ ଶୁଣନ୍ତୁ ଏବଂ ବିଚାର କରନ୍ତୁ। 

ମୀନ: ଆପଣଙ୍କ ଲାଗି ଆୟର ନୂଆ ଉତ୍ସ ଖୋଲିବ। ଇସ୍ପାତ ବ୍ୟବସାୟୀଙ୍କର ଭଲ ଲାଭ ହେବ। ଆପଣ ସମାସ୍ତଙ୍କ ସହିତ ସେହ୍ନପୂର୍ଣ୍ଣ ବ୍ୟବହାର କରିବେ। ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବେ।