ମେଷ: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ। 
ବୃଷ: ଇଚ୍ଛାଶକ୍ତି କମ୍ ଯୋଗୁଁ ଆପଣଙ୍କୁ ଭାବନାତ୍ମକ ଓ ମାନସିକ ଅଶାନ୍ତି ଘେରଉ କରିନେବେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ ବଜାୟ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।
ମିଥୁନ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନ ପକ୍ଷର ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ର ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ପାଇବେ। 
କର୍କଟ: ଜରୁରୀ କାମରେ ଅଧିକ ପରିଶ୍ରମ କରନ୍ତୁ ସଂପୂର୍ଣ୍ଣ ହୋଇଯିବ। ଡ଼ାକ୍ତରଙ୍କର ଖ୍ୟାତି ସୁଦୂର ପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। 
ସିଂହ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ଅଧିକ ସଫଳତା ପାଇବା ପାଇଁ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ଫିଲ୍ମରେ ସୁଯୋଗ ମିଳିପାରେ। 
କନ୍ୟା: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାର ବାଧା ଆସିବ। ଅନାବଶ୍ୟକ କଥା ଠାରୁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। 
ତୁଳା: ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। 
ବିଛା: ବଢ଼ିଆ ସୁଯୋଗ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। 
ଧନୁ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଲୋକମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟସାୟରେ ମାନ୍ଦା ଗତି ପାଇଁ ମାନସିକ ଅଶାନ୍ତି ବଢ଼ିପାରେ।
ମକର: ଆର୍ଥିକ ପକ୍ଷ ବହୁତ ଭଲ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଅଛି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।
କୁମ୍ଭ: ପୁଞି ବଜାରରେ ଆପଣଙ୍କୁ ଲାଭ ମିଳିବ। ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ସୁବିଧାଜନକ ରହିବାର ଆଶା କମ୍। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ଆପଣଙ୍କ ସାହସ, ଭାବନାତ୍ମକ କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ଅନୁଭୂତି କରାଇବ। କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ପ୍ରେମ ଜୀବନ ଭଲ ରହିବ। 
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/23/horoscope-2025-10-23-17-37-10.jpg)
