ମେଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରେ ଡ଼ାକରା ଆସିବ।
ବୃଷ: କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।
ମିଥୁନ: ବାପା ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ବୈବାହିକ ଜୀବନ ସୁଖମୟ ହେବ।
କର୍କଟ: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ।
ସିଂହ: ପୂର୍ବରୁ କରିଥିବା ଯୋଜନା ଲାଭଦାୟକ ହେବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।
କନ୍ୟା: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।
ତୁଳା
ତୁଳା: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କର ସବୁ ବିଚାର ସ୍ପଷ୍ଟଭାବେ ବ୍ୟକ୍ତ କରିପାରନ୍ତି। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।
ବିଛା: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। କୌଣସି ଅସହାୟଙ୍କୁ ସହାୟତା ପାଇଁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ଯୋଗ ଅଛି।
ଧନୁ: ଆପଣ କୌଣସି ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। କାମ କରିବା ପାଇଁ ନୂଆ କୌଶଳ ଉପରେ ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।
ମକର: କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ କୌଣସି ବଡ଼ ପ୍ରୋଜେକ୍ଟ ମିଳିବ।
କୁମ୍ଭ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପଇସା ସହ ଜଡ଼ିତ ସମସ୍ୟା ସମାଧାନ ହୋଇଯିବ।
ମୀନ: ଅଫିସ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ମଜଭୁତ କରିବ ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବକୁ ନିର୍ବାହ କରିବାରେ ସକ୍ଷମ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/23/horoscope-2025-10-23-17-37-10.jpg)