ମେଷ: ରବି ଓ ସୋମବାର ବ୍ୟବସାୟରେ ଲାଭ ହେବ। ମଙ୍ଗଳ ଓ ବୁଧବାର ବଡ଼ଙ୍କର ସ୍ନେହ ଆଶୀର୍ବାଦ ପାଇବେ। ଗରୁ ଓ ଶୁକ୍ରବାର ଆୟବ୍ୟୟର ସମନ୍ବୟ ବନି ରହିବ। ଶନିବାର ନୂଆ କାମ ପାଇବେ। ‌ ‌

Advertisment

ବୃଷ: ରବି ଓ ସୋମବାର ଲାଭର ଯୋଗ ରହିଛି। ମଙ୍ଗଳ ଓ ବୁଧବାର ଅଧ୍ୟୟନରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର ଭ୍ରମଣ ପାଇଁ ଯୋଜନା କରିବେ। ଶନିବାର ମାନସିକ ରୂପେ ସୁସ୍ଥ ରହିବେ।

ମିଥୁନ: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ମଙ୍ଗଳ ଓ ବୁଧବାର ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁ ଓ ଶୁକ୍ରବାର ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଶନିବାର କାମରେ ହାର୍‌ ମାନିବେନି। ‌

କର୍କଟ: ରବି ଓ ସୋମବାର ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। ମଙ୍ଗଳ ଓ ବୁଧବାର କାମରେ ଦିଗୁଣା ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ସରକାରୀ କାମ ପୂରା ହେବ। ଶନିବାର ପ୍ରିୟଜନ ମିଳନ।

ସିଂହ: ରବି ଓ ସୋମବାର ଆମଦାନିର ନୂଆ ଅବସର ପାଇବେ। ମଙ୍ଗଳ ଓ ବୁଧବାର କୋର୍ଟକଚେରିରୁ ବାଧା ଆସିପାରେ। ଗୁରୁ ଓ ଶୁକ୍ରବାର ବେପାରୀଙ୍କ ଲାଗି ସମୟ ଭଲ। ଶନିବାର ଧନ ବୃଦ୍ଧି ହେବ।

କନ୍ୟା: ରବି ଓ ସୋମବାର ପୁତ୍ର ପକ୍ଷରୁ ସୁଖ ପାଇବେ। ମଙ୍ଗଳ ଓ ବୁଧବାର କାମରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର ଅଫିସ୍‌ କାମରେ ଦୂର ସ୍ଥାନକୁ ଯିବେ। ଶନିବାର ପରିବାରରେ ସମସ୍ତେ ଖୁସି ରହିବେ।

ତୁଳା

ତୁଳା: ରବି ଓ ସୋମବାର ପ୍ରେମରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଶନିବାର ସୁଖସୁବିଧା ବୃଦ୍ଧି ହେବ।

ବିଛା: ରବି ଓ ସୋମବାର ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ମଙ୍ଗଳ ଓ ବୁଧବାର ଧର୍ମକାର୍ଯ୍ୟରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର କ୍ୟାରିୟର୍‌ ସମ୍ବନ୍ଧରେ ନୂଆ ଅବସର ପାଇବେ। ଶନିବାର ଧନଲାଭ ହେବ।

ଧନୁ: ରବି ଓ ସୋମବାର କୌଣସି କାମ ପୂରା ହୋଇଯିବ। ମଙ୍ଗଳ ଓ ବୁଧବାର ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ। ଗୁରୁ ଓ ଶୁକ୍ରବାର ଜମି ବ୍ୟବସାୟୀଙ୍କ କାମ ସୁରୁଖୁରୁରେ ହେବ। ଶନିବାର ସ୍ବାସ୍ଥ୍ୟରେ ସୁଧାର ହେବ।

ମକର: ରବି ଓ ସୋମବାର ବଜେଟ୍‌କୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର ପ୍ରୟାସରେ ଭଲ ପରିଣାମ ପାଇବେ। ଗୁରୁ ଓ ଶୁକ୍ରବାର ବ୍ୟବହାରରେ ସଂଯମ ରଖନ୍ତୁ। ଶନିବାର ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

କୁମ୍ଭ: ରବି ଓ ସୋମବାର ପୁରୁଣା ଚିନ୍ତା ସମାପ୍ତ ହେବ। ମଙ୍ଗଳ ଓ ବୁଧବାର ନିଜର ସ୍ଥିତି ମଜଭୁତ କରିପାରିବେ। ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶନିବାର ଅଧିକ ଉତ୍ତେଜିତ ହୁଅନ୍ତୁନାହିଁ।

ମୀନ: ରବି ଓ ସୋମବାର ବ୍ୟବସାୟରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର କୌଣସି ଭଲ ଖବର ପାଇବେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଶନିବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ବଢ଼ିବ।