ମେଷ: ଶକ୍ତିର ସ୍ତର ଉଚ୍ଚା ରହିବ। ନୂଆ ପରିଯୋଜନାରେ କାମ କରି ବହୁତ କିଛି ଶିଖିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟରେ ବିପଜ୍ଜନକ ସଉଦା କରିବାରେ ନିବୃତ୍ତ ରହନ୍ତୁ। ଅଫିସରେ ନୂଆ ଲୋକଙ୍କ ସହିତ ସଂଯମରେ ରହନ୍ତୁ। ବଡ଼ କଂପାନିରୁ ଚାକିରି ପାଇଁ ଡ଼ାକରା ଆସିପାରେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ସମୟ ଭଲ। ବୟସାଧିକ ବ୍ୟକ୍ତିମାନେ ଧର୍ମ କାର୍ଯ୍ୟରେ ସହଯୋଗ କରିବେ। ସୁଖଦ ପାରିବାରିକ ଜୀବନ ଅତିବାହିତ କରିବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମାନିସିକ ରୂପେ ସୁସ୍ଥ ରହିବେ।

Advertisment

ବୃଷ: ଆପଣଙ୍କ ସାହସ ଓ ତେଜ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଲାଭ ପାଇଁ ଏକାଧିକ ସୁଯୋଗ ପାଇବେ। ଅଫିସରେ ବାକି ଥିବା କାମ ସହକର୍ମୀଙ୍କ ସାହାଯ୍ୟରେ କରିନେବେ। କର୍ମଜୀବୀ ମହିଳାଙ୍କ ଲାଗି ପଦୋନ୍ନତିର ସୁଯୋଗ ବଢ଼ିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ଲାଗି ମନସ୍ଥ କରିବେ। ଆପଣ ସାମାଜିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ ମନ ଲାଗିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।

ମିଥୁନ: ଧନଲାଭର ନୂଆ ରାସ୍ତା ଖୋଲିବ। ଏକାଗ୍ରତାରେ କାମ ସମାପ୍ତ କରିବାକୁ ‌ଚେଷ୍ଟା କରନ୍ତୁ। ଭାଗ୍ୟର ପୂରା ସାଥ ପାଇବେ। ସରକାରୀ ଚାକିରିଆଙ୍କ ଲାଗି ସମୟ ଅନୁକୂଳ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ଉଦ୍ୟୋଗରେ ଚାକିରି ପାଇବେ। ରାଜନୀତିକ ନେତା ସାବଧାନ ରହନ୍ତୁ। କିଛି ଲୋକ ଜାଣିଶୁଣି କାମରେ ବାଧା ସୃଷ୍ଟି କରିବେ। କୋର୍ଟର ପରିଣାମ ଆପଣଙ୍କ ପକ୍ଷରେ ଆସିବ। କ୍ରିକେଟ ଖେଳାଳି ପ୍ରୋତ୍ସାହନ ପାଇବେ। ସନ୍ତାନଙ୍କ ଉନ୍ନତିରେ ଖୁସି ରହିବେ। ଘର ପାଇଁ କିଛି ନୂଆ ଜିନିଷ କିଣିବେ। ମନୋମାଳିନ୍ୟ ସମ୍ବନ୍ଧକୁ ସୁଧାରିବାରେ ସଫଳ ହୋଇପାରନ୍ତି। ଶାରୀରିକ ରୂପେ ସୁସ୍ଥ ରହିବେ।

କର୍କଟ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ କରିଆସୁଥିବା ପ୍ରୟାସରେ ପ୍ରଭାବଶାଳୀ ପରିଣାମ ଦେଖିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ସମୟ ଲାଭଦାୟକ। ଅଧିକାରୀବର୍ଗଙ୍କ ସହିତ ସମ୍ବନ୍ଧରେ ଘନିଷ୍ଠତା ବଢ଼ିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଲେଖକ ଓ ଅଭିନେତାଙ୍କ ଲାଗି ସମୟ ଭଲ। ବୈବାହିକ ସମସ୍ୟା ସମାଧାନ ହେବ। ଘର ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଭଲ ଖବର ପାଇବେ। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ।

ସିଂହ: ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। କ୍ୟାରିୟରରେ ଲାଭ ପାଇବେ। ବ୍ୟବସାୟ ସମ୍ମିଳନୀରେ ଆପଣଙ୍କ କଥା ଠକ୍ ଢଙ୍ଗରେ ରଖିବେ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭଲ କଂପାନିରୁ ସାକ୍ଷାତ୍‌କାର ପାଇଁ ଫୋନ୍‌ ଆସିପାରେ। ରାଜନୀତିକ ଲୋକ କୌଣସି ବିଶେଷ ଉପଲବ୍ଧି ପାଇବେ। କୃଷି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଧନଲାଭ ହେବ। ପାରିବାରିକ ପରିବେଶରେ ପ୍ରସନ୍ନତା ରହିବ। ଆୟ ବ୍ୟୟରେ ସମନ୍ବୟ ବଜାୟ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ।

କନ୍ୟା: ପୂରା ପ୍ରୟାସ କରନ୍ତୁ ଅନ୍ୟ ବ୍ୟକ୍ତିମାନେ ଯେମିତି ଆପଣଙ୍କୁ ମନେ ରଖିବେ। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ସବୁ ପ୍ରକାର ବ୍ୟବସାୟ ସଉଦାରେ ସଫଳତା ପାଇବେ। ଅଫିସରେ କାର୍ଯ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ। ନିଜର କାମ ନଜେ କରନ୍ତୁ। କଳା ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। କୋର୍ଟ ‌କଚେରି ମାମଲାରେ କିଛି ବାଧା ଆସିପାରେ। ଖର୍ଚ୍ଚକୁ ନେଇ ଚିନ୍ତା ବଢ଼ିପାରେ। ଘରେ ଖୁସିର ମାହୋଲ ରହିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ତୁଳା: ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ବହୁତ ଭଲ। ଭଲ ପ୍ରୟାସ କରନ୍ତୁ କାମ ଭଲ ଭାବରେ ହେବ। ଆର୍ଥିକ ଦୃଷ୍ଟିରୁ କୌଣସି ଭଲ ଖବର ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଅଫିସରେ ଆପଣଙ୍କ ପସନ୍ଦର କାମ ପାଇବେ। ଖେଳ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭବିଷ୍ୟତ ସୁଧାରିବାରେ ଅବସର ପାଇବେ। ପାରିବାରିକ ଜୀବନ ଭଲ ରହିବ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ବିଛା: ନକାରାତ୍ମକ ବିଚାରଠୁ ଦୂରରେ ରହନ୍ତୁ। କଠିନ ପରିସ୍ଥିତିରେ କେହି ନା କେହି ସାହାଯ୍ୟ କରିବେ। ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ। ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ଫଳପ୍ରଦ ରହିବ। ଫେସନ୍‌ ଡିଜାଇନର୍ସ କୌଣସି ଗ୍ରାହକ ଦ୍ବାରା ଲାଭ ପାଇବେ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରଣ ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟକୁ ଠିକ୍ ରଖିବା ଲାଗି ନିୟମିତ ଯୋଗାସନ କରନ୍ତୁ।

ଧନୁ: ବେପାରରେ ଖୁବ୍ ଉନ୍ନତି କରିବେ। ବଡ଼ ପ୍ରୋଜେକ୍ଟରେ ପୁଞ୍ଜି ଲଗାଇବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ଚାକିରି ଚେଷ୍ଟାରେ ଲାଗି ରହିଥିବା ଯୁବକ ସଫଳତା ପାଇବେ। ଖେଳାଳିମାନେ ହୃତ ଗୌରବ ଫେରି ପାଇବେ। ବୟସାଧିକ ବ୍ୟକ୍ତିମାନେ ସମାଜ ସେବା କରିବାର ଅବସର ପାଇବେ। କୋର୍ଟକଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ପାରିବାରିକ ପରିବେଶ ସକାରାତ୍ମକ ରହିବ। ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଟ୍ରାଫିକ ନିୟମ ମାନି ବାଇକ ଚଳାନ୍ତୁ ଭଲ ହେବ।

ମକର: ଧୈର୍ଯ୍ୟଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ନୂଆ ବନ୍ଧୁ ସହିତ ମିଶିବା ହେତୁ ନୂଆ ଦିଶା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଉନ୍ନତି ହେବ। ରୋଜଗାର ଖୋଜୁଥିବା ଯୁବକ ଚାକିରିର ସୁଯୋଗ ପାଇବେ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଜୀବନସାଥୀ ସହିତ ଆପଣଙ୍କ ସଂପର୍କ ଠିକ୍ ରହିବ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ। ଦେହ ଓ ମନ ଭଲ ରହିବ।

କୁମ୍ଭ: ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ବେପାରରେ ଗତି ଦେବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ନୂଆ ଯୋଜନାରେ ଆର୍ଥିକ ଲାଭର ସମ୍ଭାବନା ବଢ଼ିବ। ନୂଆ ଚାକିରି ପାଇଁ କୌଣସି ସୁଯୋଗ ଆସିପାରେ। କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ବୟସାଧିକ ବ୍ୟକ୍ତିମାନେ କଲ୍ୟାଣକାରୀ ଯୋଜନାରେ ଯୋଡ଼ି ପାରନ୍ତି। ଘରେ ରଖିଥିବା ଆବର୍ଜନା ବାହାର କରି ଦିଅନ୍ତୁ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ଛାତ୍ରଛାତ୍ରୀ ପରୀକ୍ଷାରରେ ଭଲ ନମ୍ବର ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

ମୀନ: ପ୍ରତିଟି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ବିରୋଧୀ ସ୍ବଂୟ ପରାସ୍ତ ହୋଇଯିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବେପାର ଆଗକୁ ବଢ଼ାଇ ନେବାର ସଫଳ ହେବେ। ଚାକିରି କାମରେ ଦୂରସ୍ଥାନକୁ ଯାଇ ପାରନ୍ତି। ରାଜନୀତିଜ୍ଞ ସମାରୋହ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସୃଷ୍ଟି ହେବ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀ ସିନିୟରଙ୍କ ଠାରୁ କୌଣସି ପ୍ରାକ୍ଟିକାଲ ସଂପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ଭଲ ରହିବ।