ମେଷ: ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସଖମୟ ରହିବ। ‌

Advertisment

ବୃଷ: ଘର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ବଡ଼ ଉଦ୍ୟୋଗରେ ଚାକରି ଲାଗି ଡ଼ାକରା ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ‌

ମିଥୁନ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଟଙ୍କା ପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ।‌

କର୍କଟ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ।

ସିଂହ: ଅଫିସରେ ଅଧୁରା ଥିବା ସଂପୂର୍ଣ୍ଣ କରିପାରିବେ। ଆପଣଙ୍କ ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। କାରବାର ବଢ଼ାଇବା ଲାଗି ଆପଣଙ୍କୁ କିଛି ମଉକା ମିଳିବ। ‌

କନ୍ୟା: ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ସମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ବିବାଦ ଠାରୁ ଦୂରରେ ରୁହନ୍ତୁ।

ତୁଳା: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲାଗି ଜୀବନସାଥୀ ଖୁସି ରହିବେ। ଚାକିରିରେ ଉନ୍ନତି ହେବ। ‌

ବିଛା: ଓକିଲଙ୍କ ଲାଗି ଦିନଟି ଭଲ ରହିବ। ନୂଆ ମକଦ୍ଦମା ହାତକୁ ଆସିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପ୍ରିୟଜନଙ୍କ କଥାକୁ ଖରାପ ଭାବନ୍ତୁ ନାହିଁ। ଭ‌ାବିଚିନ୍ତ ଖର୍ଚ୍ଚ କରନ୍ତୁ। ‌

ଧନୁ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ଗମ୍ଭୀରତା ବଢ଼ିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି।

ମକର: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ଜମି ଦଲାଲଙ୍କୁ ଲାଭ ହେବ। ଆପଣ କଳାତ୍ମକ କାର୍ଯ୍ୟରେ ରୁଚି ନେବେ। ‌ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

କୁମ୍ଭ: ନୂଆ ବ୍ୟବସାୟର ଡ଼ିଲ୍ ପାଇଁ ସୁଯୋଗ ପାଇବେ। ସମୁଦୀ ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ଡ଼ାକ୍ତରୀ ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ମୀନ: ମୁରବିଙ୍କ ଠାରୁ ଆପଣ କିଛି ପ୍ରେରଣା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଅଫିସରେ କାମର ବୋଝ ଅଧିକ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।