ମେଷ: ଦିନଟି ଆପଣଙ୍କ ସପକ୍ଷରେ ରହିବ। ବେପାରରେ ଧନଲାଭର ଅବସର ପାଇବେ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଅର୍ଥ ଦିଆନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ‌

Advertisment

ବୃଷ: ପରିବାରରେ ପୂରା ସହଯୋଗ ପାଇବେ। କୌଣସି ବନ୍ଧୁ ମିଶିବା ପାଇଁ ଘରକୁ ଆସି ପାରନ୍ତି। ଚାକିରିଜୀବୀଙ୍କର ମନୋନୁକୂଳ ଅଞ୍ଚଳକୁ ବଦଳି ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ‌

ମିଥୁନ: ଅଫିସ କାମରେ ଦୂରସ୍ଥାନକୁ ଯାଇପାରନ୍ତି। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଇଂଜିନିୟର୍ସଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବାକୁ ପଡ଼ିପାରେ। ‌

କର୍କଟ: ପାରିବାରିକ ସମସ୍ୟା ଆପେଆପେ ଦୂର ହୋଇଯିବ। ଜୀବନସାଥୀ ସହିତ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ବ ମିଳିବ।

ସିଂହ: ବେପାରୀଙ୍କ ଲାଗି ଦିନଟି ଶୁଭ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଅବିବାହିତଙ୍କ ଲାଗି ଅନୁକୂଳ ବିବାହ ପ୍ରସ୍ତାବ ଆସିପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ। ସଡ଼କରେ ଯାଉଥିବା ସମୟରେ ସତର୍କ ରହନ୍ତୁ।

କନ୍ୟା: ଦିନଟି ଆନନ୍ଦ ଭରା ରହିବ। ଖାଦ୍ୟ ଓ ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ କରିବେ। ବେପାରୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କୁ ରୋଜଗାରର ଉଚିତ ଅବସର ମିଳିପାରେ।

ତୁଳା: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭୁଲ୍ ବାଟରେ ନେଇଯାଉଥିବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ।

ବିଛା: ଆପଣଙ୍କର ସୃଜନଶୀଳ ପ୍ରବୃତ୍ତି କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଆଣିଦେବ। ବୁଦ୍ଧି ବିବେକ ଦ୍ବାରା ଆର୍ଥିକ ସମସ୍ୟାର ସମାଧାନ କରିନେବେ। ପୁରୁଣା ଜମି କିଣା ବିକାରେ ଆପଣଙ୍କୁ ଲାଭ ହେବ।

ଧନୁ: ନୂଆ ବିଚାର ସହିତ କୌଣସି ନୂଆ କାମ ଆରମ୍ଭ କରିବେ। ଜମି କିଣିବାକୁ ଭାବୁଥିଲେ ବାପା ମାଆଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ଆଉଥରେ ପୁଣି ସତେଜତା ଭରିବା ପାଇଁ ଦିନଟି ବହୁତ ଭଲ।

ମକର: ପରିବାର ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବେ। ରାଜନୀତିଜ୍ଞ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ବ୍ୟବସାୟରେ ଦିଗୁଣା ଲାଭ ମିଳିବା ଯୋଗ ରହିଛି। ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଅଫିସରେ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବା ଯୋଗୁଁ ପରିବାର ଲୋକଙ୍କ ସମୟ ଅତିବାହିତ କରିବେ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ।

ମୀନ: ଅର୍ଥ ବିଭାଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ଭ୍ରମଣରେ ଆନନ୍ଦ ନେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀ ପରିଶ୍ରମ କରନ୍ତୁ ଶ୍ରେଷ୍ଠ ପରିଣାମ ପାଇପାରିବେ।