ମେଷ: ବ୍ୟବସାୟୀଙ୍କୁ ଧନଲାଭ ହେବ। ବନ୍ଧୁ ସହିତ ଭ୍ରମଣର ଯୋଜନା ବାତିଲ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କର ସହଯୋଗ ପାଇବେ। ଜୀବନସାଥୀଙ୍କୁ ତାଙ୍କ ପସନ୍ଦର ଉପହାର ଦେବେ।

Advertisment

ବୃଷ: ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କୁ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମିଥୁନ: କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ। ‌

କର୍କଟ: ଆପଣଙ୍କ ପିଲାଙ୍କ ଠାରୁ ଭଲ ଖବର ପାଇବେ। ଆପଣ ନିଜ ପରିଶ୍ରମ ଅନୁସାରେ ଫଳ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଉତ୍ସାହରେ ରହିବେ। ବେପାରରେ ଲାଭ ହେବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ବ୍ୟବସାୟୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ପୂରା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

କନ୍ୟା: ଆପଣ ନିଜକୁ ଶକ୍ତି ଭରା ଅନୁଭବ କରିବେ। ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ। ଆପଣ ପରିଶ୍ରମରେ ସୁଫଳ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟରରେ ଆପଣଙ୍କୁ ବଡ଼ ସଫଳତା ହାସଲ ହେବ। ପରିବାରରେ ବାତାବରଣ ଶାନ୍ତିଦାୟକ ବଜାୟ ରହିବ। ଅଫିସ କାମରେ ଦୂରସ୍ଥାନକୁ ଯିବେ।

ବିଛା: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। କିଛି ଲୋକ ଆପଣଙ୍କ ପ୍ରତି ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ଦିନଟିଏ। ରୋଜଗାରର ଅବସର ପାଇବେ।

ଧନୁ: କ୍ୟାରିୟରରେ ଆପଣଙ୍କ ଗୁରୁର ସାହାଯ୍ୟ ପାଇବେ। ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମକର: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅଧିକତା ରହିବ। ପରିବାର ସହିତ ପୁଣ୍ୟକ୍ଷେତ୍ରରେ ଯିବା ପାଇଁ ଯୋଜନା କରିବେ। କୌଣସି ନୂଆ କାମ କରିବା ଲାଗି ଭାବିବେ। ରାଜନୀତିରେ ସଫଳତା ପାଇବେ।  

ମୀନ: ସଠିକ ଯୋଜନା ମାଧ୍ୟମରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ପରିବାରରେ ଭଲ ବାତାବରଣ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।