‌ମେଷ: ଆପଣଙ୍କର ମନ ଆଧ୍ୟାତ୍ମିକ ଦିଗକୁ ଢ଼ଳି ରହିବ। ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରିବ। ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

Advertisment

ବୃଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ବିବାଦ ଠାରୁ ଦୂରରେ ରହନ୍ତୁ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି ପାଇଁ ମନ ବନାଇବେ।

ମିଥୁନ: ଆପଣଙ୍କ ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ଅନ୍ ଲାଇନି ବ୍ୟବସାୟ କରୁଥିବା ଲୋକଙ୍କୁ କୌଣସି ବଡ଼ ସଉଦାର ସୁଯୋଗ ମିଳିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ।

କର୍କଟ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ସିଂହ: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକେ ପ୍ରଭାବିତ ହେବେ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

କନ୍ୟା: ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ।

ତୁଳା: ଲାଗି ରହିଥିବା ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। ଖେଳାଳୀମାନଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ବିଛା: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ସରକାରୀ କାମରେ ଆପଣ ସଫଳତା ପାଇବେ। ଆର୍ଥିକ ପକ୍ଷ ଉତ୍ତମ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ଆପଣଙ୍କ ଚଗଲାମି ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ଅଚାନକ ଧନଲାଭ ଯୋଗ ଅଛି। ବ୍ୟବସାୟକୁ ଅନ୍ୟ ସହରରେ ବିସ୍ତାର କରିବାକୁ ଭାବିବେ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ନୂଆ କୌଶଳ ଗ୍ରହଣ କରନ୍ତୁ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବିବାହିତଙ୍କୁ ପାରିବାରିକ ଖୁସି ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

କୁମ୍ଭ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କୌଣସି ବ୍ୟବସାୟ ଗୋଷ୍ଠୀରେ ଯୋଡ଼ି ପାରନ୍ତି। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

ମୀନ: ଆପଣଙ୍କ ପାଇଁ ଉନ୍ନତି ଓ ଲାଭ ମିଳିବାର ଦିନଟିଏ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ। ଡ଼ାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।