ମେଷ: ବେପାରରେ ପ୍ରଗତି ହେବାର ସମ୍ଭାବନା ଅଧିକ। ଆମଦାନି ବଢ଼ାଇବାରେ ସଫଳ ହେବେ। ସମାଜିକ ମେଳମିଳାପ ବଢ଼ିବ। ପାରିବାରିକ ବାତାବରଣରେ ପ୍ରସନ୍ନତା ରହିବ।

Advertisment

ବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ସରକାରୀ କାମରେ ଲାଭର ସମ୍ଭାବନା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ପ୍ରୋଜେକ୍ଟରେ କାମ କରିବାର ଅବସର ମିଳିବ। ପାରିବାରିକ ଦୃଷ୍ଟିରୁ ଦିନଟି ଭଲ।

ମିଥୁନ: ସାଙ୍ଗ ଓ ବନ୍ଧୁବର୍ଗର ପୂରା ସହଯୋଗ ପାଇବେ। ସୁଖ ସୁବିଧା ବୃଦ୍ଧି ହେବ। ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ‌ ଆୟୋଜନ ହେବ। ଆପଣ କୌଣସି ବଡ଼ କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବେ।  

କର୍କଟ: ପାରିବାରିକ ସୁଖ ଯୋଗ ପ୍ରବଳ ରହିଛି। ଅସହାୟଙ୍କୁ ସାହାଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ ଅନାବଶ୍ରକ ତର୍କବିତର୍କ କରନ୍ତୁ ନାହିଁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

ସିଂହ: ଯୋଜନା ବିସ୍ତାର ଦେବାରେ ଆପଣଙ୍କୁ ସଫଳତା ମିଳିବ। ପରିବାର ଲୋକଙ୍କ ସହିତ ତାଳମେଳ ରଖି ଚଳିବେ। ବେପାରୀଙ୍କ ଲାଗି ଲାଭର ସ୍ଥିତି ବନିବ। ଟ୍ରାଫିକ ନିୟମ ମାନି ଯାନ ଚଳାନ୍ତୁ।

କନ୍ୟା: ଆପଣଙ୍କୁ ସ୍ବଜନର ସାଥୀ ମିଳିବ। ଚାକିରିରେ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କର ଲୋକ ପ୍ରିୟତା ବଢ଼ିବ। ଆପଣ ନିଜର ମନ ପସନ୍ଦ କ୍ଷେତ୍ରରେ ଆଗକୁ ବଢ଼ିବାର ପ୍ରୟାସ କରିବେ।

ତୁଳା: ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ପ୍ରୋଜେକ୍ଟ ମିଳିବାର ସମ୍ଭାବନା। ନିଜର ସହଯୋଗୀଙ୍କର ସହଯୋଗ ପାଇବେ। ନୂଆ ଯୋଜନାରେ ଆର୍ଥିକ ଲାଭର ସମ୍ଭାବନା ବଢ଼ିବ।

ବିଛା: କୌଣସି ରଚନା ଓ ଲିଖନ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କୁ ଖୁସି ଅନୁଭବ ହେବ। ବ୍ୟବସାୟ କ୍ଷେତ୍ରରେ ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିୁ ସ୍ବଚ୍ଛଳ ରହିବ।

ଧନୁ: ସୁଖଦ ପାରିବାରିକ ଜୀବନ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କୁ ପ୍ରଭାବିତ କରିବେ। କୌଣସି କଥାକୁ ନେଇ ଭ୍ରମର ସ୍ଥିତି ଉତ୍ପନ୍ନ ହେବ। କ୍ରୀଡ଼ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ନୂଆ ଦିଶା ଦେବେ। କୌଣସି ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ଦୂରସ୍ଥାନକୁ ଯିବାର ଯୋଗ ଅଛି। ସଭାରେ ଆପଣଙ୍କ କଥାକୁ ଲୋକ‌େ ଧ୍ୟାନ ନେଇ ଶୁଣିବେ।

କୁମ୍ଭ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। ନୂଆ ସୁଯୋଗ ଓ କାମ ପାଇବେ। ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ଘର ଲୋକଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ।‌

ମୀନ: କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ସତ୍ତ୍ବେ ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ରାଜନୈତିକ ପରିସର ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।