ମେଷ: ପରିଶ୍ରମର ସୁଫଳ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଉଚ୍ଚଶିକ୍ଷା ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ‌

Advertisment

ବୃଷ: ଆପଣଙ୍କ ଲକ୍ଷ୍ୟକୁ ପାଇବା ପାଇଁ ସକ୍ରିୟ ରହିବେ। ବେପାର ଚାକିରିରେ ଉତ୍ତମ ପରିଣାମ ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ଭଲ କାମ ପାଇଁ ସମ୍ମାନିତ ହେବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ‌

ମିଥୁନ: ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟାର ରାସ୍ତା ଖୋଜିନେବେ। କାରବାରରେ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଛାତ୍ରଛାତ୍ରୀ କୌଣସି ଭଲ ଖବର ପାଇବେ।

କର୍କଟ: ଭାଗ୍ୟର ସହଯୋଗ ପାଇବେ। ସଫଳତା ମିଳିବା ସହ ଉନ୍ନତିର ମାର୍ଗ ଖୋଲିବ। ଚାକିରିରେ ପଦୋନ୍ନତି ସହ ବଦଳି ଯୋଗ ରହିଛି। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହେବ। ବୈବାହିକ ଜୀବନ ସୁଖମୟ ହେବ।

ସିଂହ: ମନ ଚାହୁଁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀଙ୍କୁ ଭଲ ପରିଣାମ ମିଳିବ। ସନ୍ତାନ ସମ୍ବନ୍ଧୀୟ ବିଷୟରେ ଭଲ ଖବର ପାଇବେ। ବ୍ୟାୟାମ କରନ୍ତୁ ଏହା ଦ୍ବାରା ନିରୋଗ ଓ ଶକ୍ତିବାନ ରହିବେ।

କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢ଼ଳି ରହିବ। ସଫଳତାରେ ଆସୁଥିବା ବାଧା ଦୂର ହୋଇଯିବ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ତୁଳା: କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଚାକିରିରେ ଆପଣଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଅଧିକାରୀ ଠାରୁ ପୁରସ୍କାର ପାଇବେ। ବ୍ୟବସାୟିକ କାର୍ଯ୍ୟରେ ସଫଳତା ମିଳିବା ଯୋଗ ଅଛି।

ବିଛା: ଆପଣଙ୍କ ମନ ଶାନ୍ତ ରହିବ ଏବଂ ମନରେ ନୂଆ ନୂଆ ବିଚାର ସମାବେଶ ହେବ। ଚକ୍ଷୁ ଓ ଗଳାରେ ସମସ୍ୟା ଥିଲେ ପ୍ରାଣାୟାମ କରନ୍ତୁ। ବୈବାହିକ ଜୀବନ ସୁଖମୟ ରହିବ।

ଧନୁ: ଦିନଟି ବ୍ୟସ୍ତତା ଭରା ରହିବ। ବ୍ୟବସାୟରେ ଉଢ଼ାଣ ଗଢ଼ାଣ ଆସିପାରେ। ବିଦେଶ ସଂପର୍କରୁ ଲାଭ ହେବ। ପ୍ରେମ ଯୁଗଳଙ୍କ ସମ୍ବନ୍ଧରେ ମଜଭୁତ ଆସିବ। ଦିଆନିଆ ମାମଲାରେ ସାବଧାନ ରହନ୍ତୁ।

ମକର: ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ବେପାରରେ  ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରଖିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ।

କୁମ୍ଭ: ଦିନଟି ଆପଣଙ୍କ କ୍ୟାରିୟରରେ ପରିବର୍ତ୍ତନ ଆଣିବ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବ୍ୟବସାୟ ବୃଦ୍ଧି ଲାଗି ସୁଯୋଗ ପାଇବେ। ବୈବାହିକ ଜୀବନ ସାମାନ୍ୟ ରହିବ। ମାନସିକ ରୂପେ ସୁସ୍ଥ ରହିବେ।

ମୀନ: ଆର୍ଥିକ ସ୍ଥିତି ଭଲ ରହିବ। ଡ଼ାକ୍ତର ନୂଆ ଚିକିତ୍ସାାଳୟ ଆରମ୍ଭ କରିବା ଲାଗି ମନ ବନାଇବେ। ବେପାରରେ ଲାଭ ହେବାର ସମ୍ଭାବନା। ବିଦ୍ୟାର୍ଥୀ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିପାରନ୍ତି।