ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ। ‌

Advertisment

ବୃଷ: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ଛାତ୍ରଛାତ୍ରୀ  ଲେଖାପଢ଼ାରେ ମନୋ‌ଯୋଗ ଦିଅନ୍ତୁ।

ମିଥୁନ: ଜୀବନସାଥୀ ଠାରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ। ଘରକୁ କୌଣସି ବନ୍ଧୁ ଆସିବେ। ‌

କର୍କଟ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।

ସିଂହ: ନବ ବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡ଼ାକରା ଆସିବ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

କନ୍ୟା: ସାମାଜିକ ଉତ୍ସବରେ ସହଭାଗୀତା କରିବେ। ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଅଫିସରେ ଆପଣ ସତର୍କ ରହନ୍ତୁ।

ତୁଳା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବେପାରରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।

ବିଛା: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

ଧନୁ: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ। ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମକର: କ୍ୟାରିୟରରେ ସଫଳତା ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ। ଛାତ୍ର ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ। ଯାନ ସାବଧାନତାର ସହ ଚଳାନ୍ତୁ।

କୁମ୍ଭ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ବୈବାହିକ ଜୀବନ ସୁଖକର ହେବ।

ମୀନ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଡ଼ିଲ୍ ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।