ମେଷ: ପୁଞି ବଜାରରେ ନିବେଶ ପୂର୍ବରୁ ପରିବାରରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜକ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି। ‌

Advertisment

ବୃଷ: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରକୁ ବନ୍ଧୁ ଆସିବେ। ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ। ‌

ମିଥୁନ: ଅଫିସରେ ବରିଷ୍ଠଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଜୀବନସାଥୀ ସହ କୌଣସି ହୋଟେଲକୁ ରାତ୍ରୀଭୋଜନ ପାଇଁ ଯାଇପାରନ୍ତି। ବିବାହ ପାଇଁ ଲାଗି ରହିଥିବା ବାଧା ଦୂର ହେବ। ‌

କର୍କଟ: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ରହିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଖେଳାଳୀଙ୍କ ଲାଗି ଦିନଟି ଭଲ। ‌

ସିଂହ: ଭାଗୀଦାରୀ ବ୍ୟବସାୟରେ ଲାଭ ପାଇବେ। ଉଚ୍ଚ ଓ ବୌଦ୍ଧିକ ବର୍ଗରେ ସମ୍ମାନ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ।

କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସରେ କାମ ପ୍ରତିଦିନ ତୁଳନାରେ ଭଲ ହେବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିପାରିବେ।

ତୁଳା: ଦିନଟି ଲାଭଦାୟକ ରହିବ। ଆର୍ଥିକ ବିଷୟରେ ମନ ଚାହୁଁଥିବା ସଫଳତା ପାଇବେ। ଗବେଷକ ଭଲ ଫଳ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ। ପ୍ରେମ ଜୀବନ ଭଲ ରହିବ।

ବିଛା: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ଚାହୁଁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।  

ଧନୁ: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମକର: ଦିନଟି ଉତ୍ସାହ ଭରା ରହିବ। ଆପଣଙ୍କର ସବୁ ଶକ୍ତି ନିଜର ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ।

କୁମ୍ଭ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ କାମ ପ୍ରତିଦିନ ତୁଳନାରେ ଭଲ ହେବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

ମୀନ: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। କାହାରିକୁ କିଛି କଥା ବୁଝାଇବାରେ ଲୋକଙ୍କ ଉପରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।