ମେଷ: ଆପଣଙ୍କ ସମ୍ମୁଖକୁ କୌଣସି ଆହ୍ବାନ ଆସିବ। କ୍ୟାରିୟର ସମ୍ବନ୍ଧୀୟ ଚୟନ ପାଇଁ ଭଲ ଦିନଟିଏ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ। ଫାଇନିଆର୍ଟସ ଛାତ୍ରଙ୍କ ଲାଗି ଦିନଟି ଭଲ।
ବୃଷ: ଚାକିରିଆଙ୍କୁ ପଦୋନ୍ନତିର ଅବସର ମିଳିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉପକୃତ ହେବେ।
ମିଥୁନ: ମହିଳାମାନଙ୍କ ପାଇଁ ଦିନଟି ଆରାମଦାୟକ ରହିବ। ବହୁରାଷ୍ଟ୍ରିୟ କଂପାନିରୁ ଚାକିରି ପାଇଁ କୋଲ୍ ଆସିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କର୍କଟ: ଆପଣଙ୍କ ଚଞ୍ଚଳ ସ୍ବଭାବ ପାଇଁ ଲୋକେ ପ୍ରଭାବିତ ହେବେ। ଦୀର୍ଘ ଦିନରୁ ଲାଗି ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କତୃପକ୍ଷ ଆପଣଙ୍କ ଦେଖି ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଗୃହିଣୀମାନେ ପିଠାପଣା ତିଆରି କରି ଜୀବନସାଥୀଙ୍କୁ ଖୁଆଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କନ୍ୟା: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଧର୍ମକାର୍ଯ୍ୟରେ ମନ ଲଗାନ୍ତୁ ଶାନ୍ତି ପାଇବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା।
ତୁଳା:ଆପଣଙ୍କର ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କାମରେ ବନ୍ଧୁ ସହିତ ବାହାରକୁ ଯିବେ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ବିଜ୍ଞାନ କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଚାକିରିର ସୁଯୋଗ ମିଳିପାରେ।
ବିଛା: ପରିବାରର ସବୁ ଲୋକ ମିଳିମିଶି ମନୋରଂଜନ କାର୍ଯ୍ୟରେ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବିନା କାରଣରେ ପରିବାର ଲୋକଙ୍କ ଉପରେ ରାଗନ୍ତୁ ନାହିଁ।
ଧନୁ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। କାମ କରିବା ପୂର୍ବରୁ ବାପା ମାଆଙ୍କର ଆଶୀର୍ବାଦ ନିଅନ୍ତୁ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ପ୍ରାପ୍ତ ହେବ।
ମକର: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ପରିବାର ଲୋକଙ୍କ ସହିତ କୌଣସି ଜରୁରୀ ମାମଲାରେ କଥା ହେବେ।
କୁମ୍ଭ: ଦୀର୍ଘ ଦିନରୁ କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
ମୀନ: ଇଂଜିନିୟର୍ସଙ୍କୁ ଦିନଟି ଲାଭ ଦେବ। ବ୍ୟବସାୟରେ ବାପାଙ୍କର ସାହାଯ୍ୟ ପାଇବେ। ଘରେ ପିଲାମାନଙ୍କ ସହିତ ସମୟ ବିତାଇବେ। ଯାନ କିଣିବା ଲାଗି ମନ ବଳିବ। ଘରକୁ କୁଣିଆ ଆସିବେ।