ମେଷ: ଅଧୁରା ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ପାଇଁ କୌଣସି ଉଦ୍ୟୋଗରେ ଚାକିରିର ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ ହେବ। ‌

Advertisment

ବୃଷ: ଚାକିରି ଅନ୍ବେଷଣ ସମାପ୍ତ ହେବ। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ ହେବାର ମାଧ୍ୟମ ଦେବେ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। ‌

ମିଥୁନ: ପରିବାର ଲୋକଙ୍କ ସହିତ ବସି କଥା ହେବେ। ଅଚାନକ ଧନ ଆସିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବାର ଯୋଗ ଅଛି। ଯାନ କିଣିବା ଲାଗି ମନ ବଳିବ।  

କର୍କଟ: ଆଧ୍ୟାତ୍ମିକ ଓ ଧାର୍ମିକ ବିଷୟରେ ରୁଚି ବଢ଼ିବ। ଜମି ସମ୍ବନ୍ଧୀୟ କାମରେ ଅର୍ଥ ଲଗାନ୍ତୁ ଲାଭ ହେବ। ଚାକିରିଜୀବୀ ଆଗକୁ ବଢ଼ିବାର ମଉକା ପାଇବେ। ନବବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ଆପଣଙ୍କ ଆୟରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣଙ୍କର ସଂପୂର୍ଣ୍ଣ ଧ୍ୟାନ କାମ ପୂରା କରିବାରେ ରହିବ। କଣ୍ଠଶିଲ୍ପୀଙ୍କର ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିବ।

କନ୍ୟା: ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ମହିଳାମାନେ ଅନଲାଇନିରେ ଜିନିଷ କିଣି ପାରନ୍ତି। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ତୁଳା: ଆପଣ ଅଧିକ ଲୋକଙ୍କ ସହିତ ଯୋଡ଼ି ରହିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ କୌଣସି କାମରେ ସହାୟତା ପାଇବେ।

ବିଛା: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବ। ଜୀବନସାଥୀ ଆପଣଙ୍କ ଠାରୁ କୌଣସି କାମରେ ପରାମର୍ଶ ନେବେ। ବନ୍ଧୁମାନଙ୍କ ସହିତ ଜିନିଷ କିଣିବାକୁ ଯିବେ। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ।

ଧନୁ: କୌଣସି ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟରେ ଆପଣଙ୍କୁ ଭାଗ୍ୟର ସହାୟତା ମିଳିବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ମନରେ ସ୍ଥିର କରିବେ।

ମକର: ଆପଣ ଯେତେ ପରିଶ୍ରମ କରିବେ ଆଗାମୀ ଦିନରେ ସେତେ ଲାଭ ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଆପଣ ନିଜ ପାଇଁ ଲୁଗା କିଣିବେ। ବନ୍ଧୁମାନଙ୍କ ସହିତ ରାତ୍ରିଭୋଜନ କରିବେ।

କୁମ୍ଭ: ବେପାରରେ ଅନ୍ୟ ଦିନ ଅପେକ୍ଷା ଯଥେଷ୍ଟ ଲାଭ ହେବ। ସନ୍ତାନର ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରତିଯୋଗୀ ପରୀକ୍ଷାରେ ପରିଣାମ ଆପଣଙ୍କ ସପକ୍ଷରେ ଆସିବ।

ମୀନ: ଆପଣଙ୍କ ଆର୍ଥିକ ସ୍ଥିତିରେ ଭଲ ପରିବର୍ତ୍ତନ ହେବ। ସୁସ୍ଥ ରହିବା ପାଇଁ ଖାଦ୍ୟର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।