ମେଷ: ଲୋକମାନଙ୍କ ବ୍ୟବହାର ଆପଣଙ୍କ ପ୍ରତି ଭଲ ରହିବ। ଘରେ ସୁଖଦ ଓ ଭଲ ପରିବେଶ ରହିବ। ଆପଣ କିଛି ସମୟ ଏକାନ୍ତ ବା ଧାର୍ମିକ ସ୍ଥାନରେ ଅତିବାହିତ କରିବେ। ମହିଳାମାନେ ନିଜ ବ୍ୟବସାୟରେ ସକ୍ରିୟ ରହିବେ।
ବୃଷ: ଆପଣ ସ୍ଥିର କରିଥିବା କାର୍ଯ୍ୟ ନିଦ୍ଧାରିତ ସମୟରେ ପୂରା ହୋଇଯିବ। ବେପାରରେ ବେଗ ବଢ଼ିବ ଓ ଧନଲାଭ ହେବ। ଗାଡ଼ି କିଣିବା ଲାଗି ମନ ବନାଇବେ। ଛାତ୍ରଛାତ୍ରୀ ନିଜ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ।
ମିଥୁନ: କିଛି ଲୋକ ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ପରିବାରରେ ସମସ୍ତେ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। ବ୍ୟବସାୟ ବଢ଼ାଇବାର ଯୋଜନା ଉପରେ ବିଚାର କରନ୍ତୁ। ପ୍ରେମରେ ସଫଳତା ପାଇବେ।
କର୍କଟ: ନୂଆ ଦାୟିତ୍ବ ଗ୍ରହଣ ପାଇଁ ନିଜକୁ ପ୍ରସ୍ତୁତ କରିବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ। ପୂର୍ବରୁ କରିଥିବା ଭୁଲ ପୁନର୍ବାର କରନ୍ତୁ ନାହିଁ। ଡ଼ାକ୍ତରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: କୌଣସି କାମ କରିବା ପାଇଁ ତରତର ଓ କ୍ରୋଧ କରନ୍ତୁ ନାହିଁ। ଦୂରସ୍ଥାନକୁ ଯିବାର ଯୋଜନା କରିବେ। ସନ୍ତାନର କ୍ୟାରିୟର ସମସ୍ୟାକୁ ଅନୁଭବୀ ବ୍ୟକ୍ତିଙ୍କ ମାଧ୍ୟମରେ ସମାଧାନ କରିବେ।
କନ୍ୟା: କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଯେଉଁ ମହିଳାମାନେ ଘରେ ବ୍ୟବସାୟ କରିବା ପାଇଁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ ରହିବ।
ତୁଳା: ଆପଣ କିଛି ନୂଆ କରିବା ପାଇଁ ଉତ୍ସୁକତା ବଢ଼ିବ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରକୁ କିଛି ବନ୍ଧୁ ଆସି ପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।
ବିଛା: ପୁରୁଣା କଥାକୁ ନେଇ ଚିନ୍ତତ ରହିପାରନ୍ତି। ନୂଆ କାର୍ଯ୍ୟରେ ନିବେଶ କରି ପାରନ୍ତି। ଅଫିସରେ ମହିଳାମାନଙ୍କୁ ପ୍ରୋତ୍ସାହନ ମିଳିବ। ଘରକୁ କୌଣସି ବନ୍ଧୁ ଆସିବେ। ବିବାହ ସମ୍ବନ୍ଧର କଥା ଜଲଦି ପକ୍କା ହୋଇଯିବ।
ଧନୁ: ପରିବାରରେ କୌଣସି ଲୋକଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଜମି ସଂପର୍କିତ କାର୍ଯ୍ୟ ପୂରା କରିନେବେ। ଯୋଗକେନ୍ଦ୍ର ଖୋଲିବା ଲାଗି ଦିନଟି ଭଲ। ପ୍ରତିଯୋଗୀ କ୍ଷେତ୍ରରେ ଆଗକୁ ବଢ଼ିବାର ମଉକା ପାଇବେ।
ମକର: ଦୀର୍ଘ ଦିନରୁ ଭାବିଥିବା କାର୍ଯ୍ୟ ପୂରା ହୋଇଯିବ। ମାଆଙ୍କ ସହିତ ଧାର୍ମିକ କାର୍ଯ୍ୟରେ ମନ ଲାଗାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହେବ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: ଆତ୍ମବିଶ୍ବାସ ଉଚ୍ଚା ରହିବ। କାମରେ ମନ ଲାଗିବ। ଅନ୍ୟର ଭାବନାକୁ ନେଇ ସଂବେଦନଶୀଳ ରହିବେ। ଚାକିରି ଖୋଜୁଥିବା ଳୋକ ଭଲ ଚାକିରି ପାଇବେ। ପରିବାରର ସହଯୋଗ ଆପଣଙ୍କୁ ମିଳିବାକୁ ରହିବ।
ମୀନ: ଆପଣ ନୂଆ ସୂଚନା ପାଇବେ। ଏହା ଭବିଷ୍ୟତ ଲାଗି ଲାଭପ୍ରଦ ସାବ୍ୟସ୍ତ ହେବ। ବଜାରରେ ନିଜ ମନ ପସନ୍ଦର ଜିନିଷ କିଣିବେ। ପାରିବାରିକ ସମ୍ବନ୍ଧରେ ମଧୁରତା ବଜାୟ ରହିବ।