ମେଷ: ଜୀବନସାଥୀ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। କ୍ଷୁଦ୍ରଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ଲାଭ ମିଳିବ। ପୂର୍ବ କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ।
ବୃଷ: ଜରୁରୀ କାମ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ। ଜୀବନସାଥୀଙ୍କର ସ୍ନେହ ଆଦର ପାଇବେ। ଶିକ୍ଷାର୍ଥୀଙ୍କର ମନ ପାଠପଢ଼ାରେ ଲାଗି ରହିବ।
ମିଥୁନ: କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ଘରକୁ ନୂଆ ବନ୍ଧୁ ଆସିବେ। କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି।
କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାରବାରରେ ଧନଲାଭ ହେବ। କୌଣସି ଲୋକଙ୍କ ସହିତ ନୂଆ ଯୋଜନା ଉପରେ କଥା ହେବେ। ବିବାହିତ ବାହାରକୁ ବୁଲି ଯିବେ।
ସିଂହ: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ। ବୈବାହିକ ଜୀବନ ସୁଖକର ହେବ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ। ନୂଆ କାର୍ କିଣିବା ଲାଗି ଆଗ୍ରହ ବଢ଼ିବ।
କନ୍ୟା: ଆପଣଙ୍କର ନୂଆ ଶକ୍ତିକୁ ପ୍ରୟୋଗରେ ଲଗାନ୍ତୁ। ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
ତୁଳା: ପୂର୍ବରୁ ପ୍ରୟାସ କରି ଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ରାଜନୀତିରେ କିଛି ଆଶା ପୂରଣ ହେବ। ପ୍ରେମ ଜୀବନ ମଧୁର ହେବ।
ବିଛା: ପୂର୍ବ କଥା ପସୋରି ନୂଆ କାମ ଆରମ୍ଭ କରନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଋଣ ପରିଶୋଧ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବନ୍ଧୁ ଆପଣଙ୍କୁ ବଧାଇ ଦେବା ପାଇଁ ଘରକୁ ଆସିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମକର: ସାରାଦିନ କାମରେ ବ୍ୟସ୍ତ ରହିବେ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ଭାଗୀଦାରି କାରବାରରେ ଲାଭ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ସାଥୀଙ୍କୁ କହିବେ।
କୁମ୍ଭ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଲାଭ ହେବ। ଡ଼ାକ୍ତରୀ ଛାତ୍ରଙ୍କୁ ବଡ଼ ଡ଼ାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।
ମୀନ: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।