ମେଷ: ଦୀର୍ଘ ଦନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କିଛି ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ। ଅନୁଭବୀଙ୍କ ମାର୍ଗ ଦର୍ଶନରେ ଜମିର କାମ ପୂରା ହୋଇଯିବ।

Advertisment

ବୃଷ: ସାରା ଦିନ ବ୍ୟସ୍ତତାରେ ରହିବେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ବନ୍ଧରେ ଯୋଜନା ବନାଇବେ। ଶୁଭ ଚିନ୍ତକଙ୍କର ମତକୁ ଅଣଦେଖା କରନ୍ତୁ ନାହିଁ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: କୌଣସି ନୂଆ ନିବେଶ ସଂପର୍କରେ ଯୋଜନା କରନ୍ତୁ। ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କୁ କାମରେ ସଫଳତା ମିଳିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଲୋକ ଆହୁରି ପରିଶ୍ରମ କରନ୍ତୁ।

କର୍କଟ: ରାଜନୀତି କରୁଥିବା ଲୋକଙ୍କର ସମାଜରେ ଦବଦବା ରହିବ। ଅଟକିଥିବା ଟଙ୍କାପଇସା ପାଇବେ। ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ସମୟ ଆପଣଙ୍କ ପକ୍ଷରେ ଅଛି କାମ ସହଜରେ ହେବ। ପରିବାର ଓ ଅର୍ଥ ସମ୍ବନ୍ଧରେ ଫଇସଲା ଭଲ ହେବ। ଘରେ ସୁଖ ଶାନ୍ତିର ପରିବେଶ ରହିବ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ।

କନ୍ୟା: ଅଫିସ କାମରେ ଦୂରସ୍ଥାନକୁ ଯିବା ପାଇଁ ସମୟ ଅନୁକୂଳ। ପାରିବାରିକ ଲୋକଙ୍କ ମଧ୍ୟରେ ପ୍ରେମ ଓ ସାମଞସ୍ୟର ଭାବନା ବଜାୟ ରହିବ। ଆପଣ କୌଣସି ସାକ୍ଷାତକାରରେ ଚୟନ ହୋଇଯିବେ।

ତୁଳା: ତରବରିଆ ଓ ଭାବୁକତାରେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଶିକ୍ଷକଙ୍କର ପରିଶ୍ରମ ଓ ଏକାଗ୍ରତାକୁ ଦେଖି ଲୋକଙ୍କ ହୃଦୟରେ ସମ୍ମାନ ବଢ଼ିବ। ବ୍ୟବସାୟ କରୁଥିବା ମହିଳାମାନେ ନିଜର କାମ ସୁଚାରୁରୂପେ କରିବେ।  

ବିଛା: କୌଣସି ବି ନକାରାତ୍ମକ ସ୍ଥିତିରେ ଭୟଭୀତ ହେବା ବଦଳରେ ତାର ସମାଧାନ ଖୋଜନ୍ତୁ ଜଲଦି ମିଳିଯିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନୂଆ ଅବସର ପାଇବେ। ମହିଳମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ଧନୁ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ବଜାୟ ରହିବ। ଘର ଜିନିଷ କିଣିବା ପାଇଁ ବଜାରକୁ ଯାଇପାରନ୍ତି। ପ୍ରେମିକାଙ୍କୁ ଦେଖା କରିବା ପାଇଁ ଅବସର ପାଇବେ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।  

ମକର: ଆପଣଙ୍କୁ ଆୟର ଉତ୍ସ ମିଳିବ। କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସହିତ ରହିବେ। କୌଣସି ଅଧୁରା କାମ ପୂରା କରିବାରେ ସଫଳତା ପାଇବେ। ମହିଳାମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

କୁମ୍ଭ: କୌଣସି ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ସକାରାତ୍ମକ ଭାବନା ଆପଣଙ୍କ ଜୀବନ ଯାପନରେ ଯୋଗଦାନ ଦେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ମୀନ: ପାରିବାରିକ ଲୋକଙ୍କ ସହିତ କୌଣସି ସହମତ ହେବା ଯୋଗୁଁ ଆରାମରେ ନିଶ୍ବାସ ନେବେ। କୌଣସି ଯୋଜନାର ଉଚିତ ରୂପରେଖ ବନାନ୍ତୁ ତାପରେ କାମ କରନ୍ତୁ। ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବେ।