ମେଷ: ଆପଣଙ୍କ ଉପରେ ସଂଶୟକୁ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାର୍ହି। ଅନ୍ୟମାନଙ୍କ କଥା ଶୁଣିବାକୁ ମନ ସ୍ଥିର କରି ଚାଲନ୍ତୁ ଶାନ୍ତି ଅନୁଭବ ହେବ। କମ୍ ଚେଷ୍ଟା କରନ୍ତୁ ଯଥେଷ୍ଟ ଲାଭ ହେବ।

Advertisment

ବୃଷ: ବ୍ୟବସାୟ କ୍ଷେତ୍ରରେ ବଡ଼ ଧନଲାଭ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। କାଷ୍ଠ ବ୍ୟବସାୟୀ ବଡ଼ ପ୍ରୋଜେକ୍ଟ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।  ‌

ମିଥୁନ: ଅଫିସରେ ଫୋନ କମ୍ କରି କାମର ପୂରା ଧ୍ୟାନ ଦେବେ। ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାମ ପୂରା ହୋଇଯିବ। ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କର୍କଟ: କାରବାରରେ କିଛି ନୂଆ ଓ ଭଲ କରିବା ପାଇଁ ମନ କହିବ। ଖେଳ କ୍ଷେତ୍ରରେ ତାଲିମ ନେଉଥିବା ଖେଳାଳୀ ସଂପୂର୍ଣ୍ଣରୂପେ ପରିଶ୍ରମ କରିବେ। ରାଜନୀତିକ ନେତାଙ୍କର ସମାଜରେ ଦବଦବା ରହିବ।

ସିଂହ: ଆପଣଙ୍କ ଜୀବନ ଭକ୍ତିମୟ ରହିବ। ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ କାମ ହୋଇଯିବ।

କନ୍ୟା: ଆପଣଙ୍କ ଭଲ ବ୍ୟବହାରରେ ସମାଜରେ ଭଲ ଜଣାଶୁଣା ହେବ। ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇପାରନ୍ତି। ଧୈର୍ଯ୍ୟଶୀଳ ବ୍ୟବହାର ପରିବାରରେ ଏକତା ବନାଇବ।

ତୁଳା: ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ପରିଶ୍ରମର ଅଧିକ ଫଳ ପାଇବେ। କୌଣସି ଅସହାୟଙ୍କୁ ସହାୟତା କରିବେ। ଜୀବନ ଓ ବ୍ୟବସାୟରେ ବାପାଙ୍କର ସହଯୋଗ ପାଇବେ।

ବିଛା: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବିଚାର କରିପାରନ୍ତି। ଉନ୍ନତି କୌଣସି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଛୋଟିଆ ସୁଯୋଗ ଆପଣଙ୍କୁ ଧନବାନ୍ ବନାଇପାରେ।

ଧନୁ: ଭାବିଥବା କାମ ସଂପୂର୍ଣ୍ଣ କରିବା ଏବଂ ଆପଣଙ୍କ ଯୋଜନା ପୂରା କରିବା ଲାଗି ଦିନଟି ଭଲ। ଘରେ ଓ ଅଫିସରେ ଶାନ୍ତି ଅନୁଭବ କରିବେ। ଆପଣଙ୍କ ଗୁଣ ଏବଂ କାମର କାରଣ ପ୍ରଂଶସା ପାଇପାରନ୍ତି।

ମକର: ବ୍ୟବସାୟୀଙ୍କ ଲାଗି ଦିନଟ ଆରାମଦାୟକ ହେବ। ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି।

କୁମ୍ଭ: ପଦୋନ୍ନତି ଏବଂ ବଦଳି ପାଇଁ କାହାରି ସହିତ କଥା ହେବେ। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ। ନୂଆ ଚାକିରିର ସୁଯୋଗ ମିଳିପାରେ।

ମୀନ: ଆପଣଙ୍କ ଠାରୁ ବଡ଼ ବା କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ଆଗକୁ ବଢ଼ିବାର ଚେଷ୍ଟା କରିବେ। ପରିଶ୍ରମ, ଧୈର୍ଯ୍ୟ, ବିବେକ ଦ୍ବାରା ଅଧୁରା ଥିବା କାମ ପୂରା କରିନେବେ।