ମେଷ: ପ୍ରେମ ଭାବରେ ନିଜ କାମ କରିବାର ଅଛି। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ନିଜ ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାର ନିର୍ଣ୍ଣୟ ନେବା ପୂର୍ବରୁ ଭଲଭାବେ ଭାବିଚିନ୍ତି କରନ୍ତୁ।

Advertisment

ବୃଷ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି। ଅନ୍ୟମାନଙ୍କ ବିଶ୍ବାସ ଭଙ୍ଗ କରନ୍ତୁ ନାହିଁ। ପ୍ରତିଟି କାମ ନିଷ୍ଠାର ସହିତ କରନ୍ତୁ। ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ।

ମିଥୁନ: ଦନଟି ଆପଣଙ୍କ ଜୀବନରେ ଏକ ନୂଆ ନୂଆ ଦୃଷ୍ଟିକୋଣ ନେଇ ଆସିବ। ଅଫିସରେ କଛି ସହକର୍ମୀ ଆପଣଙ୍କର ବିରୋଧ କରିପାରନ୍ତି। ଯେତେ ଏକାଗ୍ର ଚିତ୍ତ ହୋଇ କାମ କରିବେ ସେତେ ଲାଭ ପାଇବେ।

କର୍କଟ: ଘରେ ଉଚିତ ବ୍ୟବସ୍ଥା ବଜାୟ ରଖିବା ଚେଷ୍ଟାରେ ସଫଳ ହେବେ। ଅନ୍ୟମାନଙ୍କ କଥାରେ ନ ମାତି ନିଜ ବିବେକରେ କାମ କରିବାକୁ ହେବ। ଏହାଦ୍ବାରା ଆପଣ ଭଲ ନିର୍ଣ୍ଣୟ ନେଇ ପାରିବେ।

ସିଂହ: ବ୍ୟବସାୟରେ ବହୁତ ଅଧିକ ବ୍ୟସ୍ତ ରହିବେ। ବିଭିନ୍ନ ଉତ୍ସରୁ ଧନଲାଭ ହେବ। ସରକାରୀ କର୍ମଚାରୀ ଅନ୍ୟ ବିଭାଗରେ କାମକରିବାକୁ ଯିବେ। ଭାଗୀଦାରିର ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ।

କନ୍ୟା: କାମ ପ୍ରତି ପୂରା ଧ୍ୟାନ ରହିବ। ସରକାର ବା ଉଚ୍ଚାଧିକାରୀଙ୍କ ଠାରୁ ଲାଭ ପାଇବେ। ନିଜ ପିଲାର ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ସକାରାତ୍ମକ ଆପଣଙ୍କ ଜୀବନକୁ ଅଦ୍ଭୁତ କରିପାରେ।

ତୁଳା: ନିଜର କାର୍ଯ୍ୟ ଦକ୍ଷତା ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଆଗରେ କେତେ ପ୍ରକାର କାମ ହେବ। ପ୍ରତିଟି କାମ ଚତୁରତାରେ କରନ୍ତୁ।

ବିଛା: ଯଦି ଆପଣଙ୍କ ସରକାରୀ କାମ ଅଟକି ରହିଛି ତେବେ କୌଣସି ଅଧିକାରୀ ମାଧ୍ୟମରେ ପୂରା ହୋଇଯିବ। ଚାକିରିରେ ସ୍ଥିତି ଯଥାପୂର୍ବ ରହିବ। ପ୍ରୋଜେକ୍ଟରେ ସହକର୍ମୀଙ୍କ ସହଯୋଗ ପାଇବେ।

ଧନୁ: ଦିନସାରା ଆତ୍ମବିଶ୍ବାସ ଅଧିକ ରହିବ। ଭାବିଥିବା କାମ ଓ ଏବଂ ଯୋଜନାକୁ ପୂରା କରିବା ଲାଗି ଦିନଟି ଭଲ। ପୂର୍ବରୁ ଲାଗି ରହିଥିବା କାହାରି ସହିତ ମନାନ୍ତର ଦୂର ହୋଇଯିବ। କୌଣସି ସଂପତ୍ତିର ଡ଼ିଲ୍ କରିପାରନ୍ତି।

ମକର: ଆପଣଙ୍କ ସାମନାରେ ଯାହା କଠିନ ମାମଲା ଅଛି ତାର କଥାବର୍ତ୍ତା କରନ୍ତୁ ସମାଧାନ ହୋଇଯିବ। ବନ୍ଧୁ ସହିତ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଯେତେ ଖଟିବେ ସେତେ ଲାଭ ପାଇବେ।

କୁମ୍ଭ: ଧାର୍ମିକ ଯାତ୍ରାରେ ଯିବା ଯୋଗ ଅଛି। ନିଜର ଦୁର୍ବଳତା ଜାଣି ସୁଧାରିବାର ଚେଷ୍ଟା କରନ୍ତୁ। ଜମି ସମ୍ବନ୍ଧୀୟ ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି।

ମୀନ: ଭାବନାର ବଶବର୍ତ୍ତୀ ହୋଇ ବିନା ଭାବିଚିନ୍ତି କାହାରି ବଚନ ଦିଅନ୍ତୁ ନାହିଁ। ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ।