ମେଷ: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପି ଯିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ବୃଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ପରିବାର ଲୋକଙ୍କ ସହଯୋଗ ପାଇବେ। ଯୁବକ ନିଜର ଭବିଷ୍ୟତକୁ ନେଇ ସଜାଗ ରହିବେ।
ମିଥୁନ: ଆପଣ ନିଜକୁ ଆରାମ ଅନୁଭବ କରିବେ। ଅଫିସରେ ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
କର୍କଟ: ସଠିକ୍ ଫଇସଲା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।
ସିଂହ: ଅକାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମାପ୍ତ ହୋଇଯିବ। ବିବେକରେ କାମ କଲେ ବାଜି ଆପଣଙ୍କ ପକ୍ଷରେ ହେବ। ଅଫିସରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ।
କନ୍ୟା: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଅନୁକୂଳ। ରାଜନୀତିକ ଲୋକଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ।
ତୁଳା: ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବାର ସମ୍ଭାବନା। କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।
ବିଛା: କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ସହିତ ତାଳମେଳ ବଜାୟ ରଖିବେ। ବ୍ୟବସାୟ ସମ୍ବନ୍ଧୀୟ କାମ ସମୟ ଅନୁକୂଳ। ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ଧନୁ: ବ୍ୟବସାୟ ବୃଦ୍ଧି ଲାଗି ନୂଆ କୌଶଳ ଗ୍ରହଣ କରିବେ। ଲେଖକ ନୂଆ ରଚନା ଆରମ୍ଭ କରିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।
ମକର: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସରେ କାର୍ଯ୍ୟଭାରରୁ ଆରାମ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେପାରରେ ପ୍ରଚୁର ଲାଭ ପାଇବେ।
କୁମ୍ଭ: ସବୁ କାମ ସୁଚାରୁରୂପେ ହୋଇଯିବ। ଜୀବନସାଥୀଙ୍କର ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ମୀନ: କୌଣସି ବିଶେଷ ନିବେଶ ସମ୍ବନ୍ଧରେ ତୁରନ୍ତ ନିର୍ଣ୍ଣୟ ନିଅନ୍ତୁ। ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ବ୍ୟସ୍ତତାରେ ରହିବେ। କୌଣସି ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।