ମେଷ: ଆପଣ ଏହି ଜିନିଷକୁ ମହତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଖେଳାଳୀମାନେ ପ୍ରତିଯୋଗିତାରେ ଭଲ କରିବେ।

Advertisment

ବୃଷ: ଶାନ୍ତ ରହି ନିଜର ପ୍ରାଥମିକତାକୁ ପ୍ରଥମେ ଚୟନ କରନ୍ତୁ। ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ। ଜୀବନସାଥୀ ସହିତ ପୂର୍ବ କଥାକୁ ନେଇ ବଚସା ହୋଇପାରେ। ‌

ମିଥୁନ: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ। ବ୍ୟବସାୟକୁ ସୁଦୂରରେ ବିସ୍ତାର କରିବା ଲାଗି ଭାବିବେ। ସଙ୍ଗୀତ କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।  

କର୍କଟ: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଯାଇ ଚାକିରି କରବାକୁ ଚାହୁଁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଖେଳାଳୀମାନେ ପୁରୁସ୍କୃତ ହେବେ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହ ମିଶିବେ ତାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ଡ଼ାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ‌

କନ୍ୟା: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ଆସୁଥିବା ସୁଯୋଗ ହାତଛଡ଼ା କରି ବସିବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। ‌

ତୁଳା: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ଶାନ୍ତିମୟ ହେବ। ‌

ବିଛା: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

ଧନୁ: ଆପଣଙ୍କ ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ ଲାଭପ୍ରଦ ହେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ‌

ମକର: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଆପଣ କୌଣସି ଜରୁରୀ କାମରେ ସଫଳତା ପାଇବେ।

କୁମ୍ଭ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ସମ୍ଭବ ହେଲେ ଆପଣଙ୍କ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରି ନିଅନ୍ତୁ। ପ୍ରିୟତମଙ୍କୁ ହୃଦୟର କଥା କୁହନ୍ତୁ ମନକୁ ଶାନ୍ତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ବନ୍ଧୁ ପରାମର୍ଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। ଚାକିରିରେ ଉନ୍ନତି ଯୋଗ ଅଛି। ସ୍ବାସ୍ଥ୍ୟରେ ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।