ମେଷ: ପରିବାରରେ ସୁଖ ବୃଦ୍ଧି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅଚାନକ ଧନଲାଭ ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଭୋଜନ କରନ୍ତୁ।
ବୃଷ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟୀ କୌଣସି ଜରୁରୀ ମିଟିଙ୍ଗରେ ଯୋଗ ଦେଇ ପାରନ୍ତି। ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିଦେବ। ବ୍ୟବସାୟ ଯଥେଷ୍ଟ ଧନଲାଭ ହେବ। ପରିବାରରେ ନୂଆ ସଦସ୍ୟ ଯୋଡ଼ିବା ଯୋଗୁଁ ସବୁ ଲୋକ ଖୁସି ହେବେ। ଲେଖକ ନୂଆ କାହାଣୀ ଲେଖିବେ।
କର୍କଟ: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ଥିଲେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। କୋରିୟର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ।
ସିଂହ: ଅଫିସରେ କୌଣସି କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ। ଆପଣଙ୍କ ଧ୍ୟାନ କାମକୁ ପୂରା କରିବାରରେ ଲାଗି ରହିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।
କନ୍ୟା: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁ ସହିତ ଘରେ ସିନେମା ଦେଖିବାର ଯୋଜନା କରିପାରନ୍ତି।
ତୁଳା: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। କୌଣସି ଦାୟିତ୍ବକୁ ଆପଣ ଅଣଦେଖା କରନ୍ତୁ ନାହିଁ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ବିଛା: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।
ଧନୁ: ଆପଣଙ୍କ ଭଲ ବ୍ୟବହାର ସମାଜରେ ଭଲ ଦୃଷ୍ଟାନ୍ତ ବନାଇବାରେ ସାହାଯ୍ୟ କରିବ। କାମକୁ କରିବା ନୂଆ ପଦ୍ଧତି ଆପଣଙ୍କୁ ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ।
ମକର: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଭାଇ ଭଉଣୀର ପୂରା ସହଯୋଗ ପାଇବେ। କାହାରିକୁ ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ। କୌଣସି ସହପାଠୀ ମନର କଥା ଆପଣଙ୍କୁ କହିବେ।
କୁମ୍ଭ: ଅଫିସରେ ଫୋନ ବ୍ୟବହାର କମ୍ କରିବେ। କାହାରିକୁ ଧାର ଦେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ। ନୂଆ କାର୍ଯକରିବା ପାଇଁ ବିଚାର କରି ପାରନ୍ତି। ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ।
ମୀନ: ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିପାରେ। ବେପାରର ଭାଗୀଦାରରୁ ଆପଣଙ୍କୁ ଲାଭ ହୋଇପାରେ। ଘରକୁ କୁଣିଆ ଆସିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।