ମେଷ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଅଫିସରେ ଆପଣଙ୍କ ସମ୍ମୁଖକୁ ବାଧାଜନକ ଅବସ୍ଥା ଆସିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଚେତ ରହନ୍ତୁ।
ବୃଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖି ପାରିବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ମିଥୁନ: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଅଧୁରା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
କର୍କଟ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ହେବେ। ପାରିବାରିକ ସମ୍ବନ୍ଧ ମଜଭତ ହେବ।
ସିଂହ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କାରବାରରେ ଉନ୍ନତି ହେବ। ପରିବାର ସହିତ ବିଶେଷ ବିଷୟରେ ଆଲୋଚନା କରିବେ। ଛାତ୍ର ଭଲ ଖବର ଶୁଣିବେ।
କନ୍ୟା: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ।
ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ବିଛା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆପଣଙ୍କୁ ଆନନ୍ଦର ଅନୁଭୂତି ହେବ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।
ଧନୁ: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ।
ମକର: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନକୁ ଶାନ୍ତି ମିଳିବ। ନୂଆ କାରବାରରେ ପୁଞି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ପ୍ରିୟଜନଙ୍କର ପ୍ରେମ ଓ ସହଯୋଗ ଉଭୟ ପାଇବେ।
କୁମ୍ଭ: ବ୍ୟବସାୟ କ୍ଷେତ୍ରରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ସୁଯୋଗ ପାଇବେ। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।
ମୀନ: ଜୀବନସାଥୀ ସହ କଥାବାର୍ତ୍ତାରେ କୋମଳ ରଖନ୍ତୁ। ଲୋକେ ଆପଣଙ୍କ କଥାରେ ସହମତ ହେବେ। ଜମି ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ରାଜନୀତିରେ ସଫଳତା ପାଇବେ।